ଜିଲ୍ଲା ପରିକ୍ରମା

ବଡପୁଅକୁ ମାରିବାକୁ ବାପା ଓ ସାନଭାଇର ଉଦ୍ୟମ ଅଭିଯୋଗ ସାନଭାଇ ଭୁଜାଲି ଚୋଟରେ ବଡଭାଇ ସାଙ୍ଗ ଗୁରୁତର

ଭଦ୍ରକ, ୧୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଘରୋଇ କଳିରୁ ମରଣାନ୍ତକ ଆକ୍ରମଣ । ଏହି ମରଣାନ୍ତକ ଆକ୍ରମଣରୁ ଅଳ୍ପେକ ବର୍ତ୍ତିଛି ଘରର ବଡ ପୁଅ । ମାତ୍ର ଆକ୍ରମଣର ଶିକାର ହୋଇଛନ୍ତି ବଡ ପୁଅର ସାଙ୍ଗ । ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ କରଞ୍ଜମାଳ ଫାଣ୍ଡି ଅନ୍ତର୍ଗତ ପଞ୍ଚୁଟିକ୍ରି ପଞ୍ଚାୟତ ଭେଜିଆଡିଆ ଗ୍ରାମରେ କିଶୋର ସାମଲଙ୍କ ଘର । ଦୁଇ ପୁଅଙ୍କୁ ନେଇ କିଶୋର ସାମଲଙ୍କ ପରିବାର । ବଡପୁଅ ବିଜୟ ଏବଂ ସାନପୁଅ ଅଜୟ । ଅଭିଯୋଗ ଅନୁଯାୟୀ;  ପାରିବାରିକ ବିଶୃଙ୍ଖଳାକୁ ନେଇ ବାପା କିଶୋର ସାମଲ ଏବଂ ସାନପୁଅ ଅଜୟ ବଡପୁଅକୁ ଜୀବନରୁ ମାରିଦେବାକୁ ମନ୍ତ୍ରଣା କରିଥିଲେ । ବିଳମ୍ବିତ ରାତିରେ ବିଜୟ ଓ ତାଙ୍କ ସାଙ୍ଗ ବାବୁଲି ସେଠୀ ଓରଫ ରାଜୁ ପଞ୍ଚୁଟିକ୍ରିଠାରେ ଭୋଜି ଖାଇ ଘରକୁ ଫେରୁଥିଲେ । ରାଜୁ ମଟରସାଇକଲ ଚଳାଉଥିବା ବେଳେ ବିଜୟ ଗାଡିରେ ବସିଥିଲେ । ବିଜୟ ଓ ରାଜୁ ଘର ନିକଟରେ ପହଞ୍ଚôବା କ୍ଷଣି ସେଠାରେ ପୂର୍ବରୁ ଲୁଚି ରହିଥିବା ଅଜୟ ଏକ ଭୁଜାଲି ଓ କିଶୋର ଏକ ବାଡି ଧରି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଜୟ ଗାଡିର ଚାଳକ ରାଜୁକୁ ନିଜ ଭାଇ ବିଜୟ ଭାବି ଭୁଜାଲିରେ ଆକ୍ରମଣ କରିଥିବା ବେଳେ ବାପା କିଶୋର ସାମଲ ରାଜୁର ମୁଣ୍ଡକୁ ବାଡିରେ ଆଘାତ କରିଥିଲେ । ଇତି ମଧ୍ୟରେ ବିଜୟ ମଟରସାଇକଲରୁ ଡେଇଁ ପଳାଇ ଯାଇଥିବା ବେଳେ ଅନ୍ଧାର ରାତିରେ ରାଜୁ ଏମାନଙ୍କ ଆକ୍ରମଣରେ ଶିକାର ହୋଇଥିଲେ । ଭୁଜାଲି ଚୋଟରେ ରାଜୁ ତଳେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ବେଳେ ଭେଜିଆଡିଆର ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ଚିକିତ୍ସ । କରାଇ କଟକ ମେଡିକାଲକୁ ପଠାଇଛନ୍ତି । ତେବେ କିଶୋର ସାମଲ ଏବଂ ତାଙ୍କ ସାନପୁଅ ଫେରାର ଅଛନ୍ତି । ରାଜୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ କିଶୋରଙ୍କ ବଡ ପୁଅ ବିଜୟ ନିଜର ସୁରକ୍ଷା ପାଇଁ ଘରେ ନ ଥିବା ବେଳେ ବାଂଶଡା ଥାନରେ କୌଣସି ଅଭିଯୋଗ ହୋଇ  ନ ଥିବା ଜଣାପଡିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top