ଜିଲ୍ଲା ପରିକ୍ରମା

ବଡଦାଣ୍ଡରୁ ଦୋକାନ ଉଠିଲା ଏବେ ମାଳ ମାଳ ଦୋକାନ ନଳାର ସ୍ଲାପ ଉପରେ

ପୁରୀ:୦୩/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରଥଯାତ୍ରା ଆସିଲେ ବଡଦାଣ୍ଡକୁ ଖାଲି କରିବା ମନେ ପଡିଯାଏ ଜିଲ୍ଲା ପ୍ରଶାସନ। ସିଂହଦ୍ୱାର ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଥିବା କ୍ୟାବିନ ଦୋକାନଗୁଡିକ ଉଠି ଯାଇଥିଲେ ସୁଦ୍ଧା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ନଳାର ସ୍ଲାପ ଉପରେ ଏବେ ମାଳ ମାଳ ଦୋକାନ ରହିଥିବା ଦେଖାଯାଏ। ଯାତ୍ରା ସମୟରେ ଅତ୍ୟାଧିକ ଭିଡ ହେବା ପରେ ପଥଯାତ୍ରୀମାନେ ନର୍ଦ୍ଦମା ଉପରକୁ ଉଠିଯାଇଥାନ୍ତି। କିନ୍ତୁ ଏବେ ଦୋକାନଗୁଡିକ ସେଠି ରହିଥିବା ଯୋଗୁ ଯାତ୍ରୀମାନେ ଆଶ୍ରୟ ନେବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ। ଆଉ ମାତ୍ର ୯ଦିନ ପରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ନେତ୍ରୋତ୍ସବ ଉପରୁ ସିଂହଦ୍ୱାର ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱର ନାଳର ସ୍ଲାପ ଉପରେ ଥିବା ଦୋକାନଗୁଡିକୁ ହଟାଇ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ସେହିପରି ନବକଳେବର ରୋଡ, ମୋଚିସାହି ଛକ, ଜେଲ ରୋଡ, ଚକ୍ରତୀର୍ଥ ରୋଡ, ଭିକ୍ଟ୍ରୋରିଆ କ୍ଲବ ଗଳିରେ ଥିବା ବିଦେଶୀ ମଦ ଦୋକାନଗୁଡିକରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଉପରେ ଯାନବାହାନଗୁଡିକ ରଖୁଥିବା ଯୋଗୁ ସାଧାରଣ ଯାତାୟତରେ ବିଭିନ୍ନ ଅସୁବିଧା ଉପୁଜିଥିବା ବେଳେ ଯାନବାହାନ ଚଳାଚଳରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏପରି କି ରାସ୍ତା ଜାମ୍ ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଥିବା ମଧ୍ୟ ଅଭିଯୋଗ ହେଉଛି। ରାସ୍ତାଗୁଡିକରେ ଯାନବାହାନ ନରଖିବା ପାଇଁ ନିଷେଧ କରାଗଲେ ସାଧାରଣ ଲୋକମାନେ ଯାତାୟତରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top