ବଡଚଣା ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା

ଯାଜପୁର, (ଓଡିଆପୁଅ/ମାନସ ରାଉତ) ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚାଷୀ ମାନଙ୍କ ଉତ୍ପାଦିତ ଶସ୍ୟକୁ ଉଚିତ ମୂଲ୍ୟରେ ବିକ୍ରୀ କରିବା ପାଇଁ ସମବାୟ ସମିତି ଜରିଆରେ ମିଲର ମାନେ କ୍ରୟ କରିବାର ନିୟମ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବଡଚଣା ସମବାୟ ସମିତି ସଂପାଦକ ରାମଚନ୍ଦ୍ର ଷଢଙ୍ଗୀଙ୍କ ତତ୍ୱାବଧାନରେ ବୁଧବାର ଧାନମଣ୍ଡି ଖୋଲାଯାଇଛି। ପଣ୍ଡିତ ରାଜକିଶୋର ପଣ୍ଡାଙ୍କ ଦ୍ୱାରା ପୂଜାକାର୍ଯ୍ୟ କରାଯିବା ପରେ କୋଡିଏରୁ ଉର୍ଦ୍ଧ ·ଷୀଙ୍କ ଠାରୁ ୫୬୦ କୁଇଣ୍ଟାଲରୁ ଉର୍ଦ୍ଧ ଧାନ କ୍ରୟ କରାଯାଇଛି। ସେବା ସମବାୟ ସମିତିର ସଭାପତି ଆଦିକନ୍ଦ ଜେନା, ବଡଚଣା ସମିତିସଭ୍ୟ ରବିନ୍ଦ୍ରନାଥ ଦାଶ, ଅବିନାଶ ରାଉତ, ଡଃ ପବନେଶ୍ୱର ଜେନା, ବୈକୁଣ୍ଠନାଥ ବରାଳ, ରବିନ୍ଦ୍ର ବେହେରା, ରବିନ୍ଦ୍ରନାଥ ସାହୁ ପ୍ରମୁଖ ଉପସ୍ଥିତଥିଲେ। ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ଗାର୍ଡ ସେକ୍ ଅଲୀମୁଲ ହକିମ୍ଙ୍କ ଜରିଆରେ ସମସ୍ତ ଧାନ ସଂଗ୍ରହ କରାଯାଇଥିଲା। ସ୍ଥାନୀୟ ·ଷୀ ପ୍ରତାପ ପ୍ରଧାନ, ଶରତ ପ୍ରଧାନ, ପ୍ରଶାନ୍ତ ସାମଲଙ୍କ ସମେତ ପ୍ରଥମ ଦିନରୁ ଅନେକ ·ଷୀ ଏହି ସେବା ସମବାୟ ସମିତି ଜରିଆରେ ଧାନ ବିକ୍ରି କରିଛନ୍ତି।

Leave a Reply

Your email address will not be published. Required fields are marked *