ବଡଚଣା ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିସôା ଶିବିର ଅନୁଷ୍ଠିତ

ଯାଜପୁର-୭/୧୨(ଓଡିଆ ପୁଅ/ଏ.ରାଉତ) ଅନ୍ଧତ୍ୱ ଦୂରୀକରଣ ପାଇଁ ବହୁ ଅନୁଷ୍ଠାନ ଆଗେଇ ଆସିଥିବା ବେଳେ ବଡଚଣା ଅଞ୍ଚଳରେ ଅନ୍ଧତ୍ୱ ଦୂରୀକରଣ ଦିଗରେ ବଡଚଣା ସାମ୍ବାଦିକ ସଂଘର ନିଷ୍ଠାପର ଉଦ୍ୟମ ଅତୁଳନୀୟ । ପ୍ରତିବର୍ଷ ପରି ଚଳିତ ବର୍ଷ ବଡଚଣା ସାମ୍ବାଦିକ ସଂଘ ପକ୍ଷରୁ ମଙ୍ଗଳବାର ଏକ ମାଗଣା ଚକ୍ଷୁ ଚିକିସôା ଶିବିର ଉକôଳ ପ୍ଲେ ସ୍କୁଲ ବଡଚଣା ଠାରେ ଜାରକାସ୍ଥିତ ଭୂମିକା ଚକ୍ଷୁ ହସ୍ପିଟାଲ ତତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଡଚଣା ଥାନାଧିକାରୀ ସୁଧାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବଡଚଣା ପଞ୍ଚାୟତ ସମିତିସଭ୍ୟ ରବିନ୍ଦ୍ରନାଥ ଦାଶ, ପ୍ରାଧ୍ୟାପକ ପଦ୍ମନାଭ ପଣ୍ଡା, ସରପଞ୍ଚ ଭାଗ୍ୟଧର ପ୍ରଧାନ, ଜିଲା ଯୁବ ବିଜେଡି ସାଧାରଣ ସଂପାଦକ ଗଣେଶ୍ୱର ବରାଳ ଯୋଗଦେଇ ବଡଚଣା ସାମ୍ବାଦିକ ମାନଙ୍କର ଏହି ମହତକାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲ ତରଫରୁ ଚକ୍ଷୁ ବିଶେଷଜ୍ଞ ଶଙ୍କର୍ଷଣ ସ୍ୱାଇଁ, ବ୍ୟବସ୍ଥାପକ ଦେବାଶିଷ ଦ୍ୱିବେଦୀ, ଫାର୍ମାସିଷ୍ଟ ଜୋସ୍ନାରାଣୀ ଗିରି, ଇଜମତ ଅଫସନା, ପାରାମେଡିକାଲ ଷ୍ଟାପ୍ କବିତା ମହାଳିକ, ଝିଲିରାଣୀ ବାରିକ, ରେବତୀ ମଲିକ ପ୍ରମୁଖ ପରି·ଳନା କରିଥିଲେ । ଶିବିରରେ ୫୦ରୁ ଉଦ୍ଦ୍ୱର୍ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରିକ୍ଷା କରାଯାଇଥିବା ବେଳେ ୧୧ଜଣକୁ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ମାଗଣାରେ ଅସ୍ତ୍ରୋପ·ର ପାଇଁ ଭୂମିକା ହସ୍ପିଟାଲକୁ ନିଆଯାଇଛି । ସାମ୍ବାଦିକ ସଂଘ ତରଫରୁ ଉପସଭାପତି ଉକôଳ ପ୍ରଧାନ, ସଂପାଦକ ତ୍ରୈଲୋକ୍ୟନାଥ ନାୟକ, କୋଷାଧ୍ୟକ୍ଷ ଦିପକ ଦାସ, ବରିଷ୍ଠ ସାମ୍ବାଦିକ ଶିବରାମ ସାହୁ, ପ୍ରତାପ କେଶରୀ ରାଉତରାୟଙ୍କ ସମେତ ବସନ୍ତ ପଲେଇ, ମନୋଜ ମହାନ୍ତି, ମନୋଜ ସାମଲ, ସୁଶାନ୍ତ ସାହୁ ଏବଂ ବିଦ୍ୟାଳୟ ତରଫରୁ ଶିକ୍ଷକ ବିମଳ ପ୍ରଧାନ,ଶିକ୍ଷୟତ୍ରୀ ନମିତା ସାମଲ ଓ ସିମୁନୀ ସାହୁ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *