ଓଡ଼ିଶା

ବଡଚଣା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଶିକ୍ଷକଙ୍କ ଧାରଣା

ଯାଜପୁର, ୧୯.୩(ଓଡିଆ ପୁଅ/ମାନସ ରାଉତ):- ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମ·ରୀ ମିଳିତ ମଞ୍ଚର ଆହ୍ୱାନ କ୍ରମେ ସରକାରୀ ପ୍ରବଞ୍ଚନା ଓ ପ୍ରତାରଣାର ପ୍ରତିବାଦରେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ମହାବିନାୟକ ବିଦ୍ୟାୟନ ସମ୍ମୁଖରେ ସୋମବାର ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଶିକ୍ଷକ ମାନଙ୍କୁ ପୁର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳୀ ଓ ବିଭିନ୍ନ ଦାବିକୁ ନେଇ ଧାରଣା ଦିଆଯାଇଛି। ସରକାର ଯଦି ଶିକ୍ଷକ ମାନଙ୍କ ଦାବି ଗ୍ରହଣ ନକରନ୍ତି ତେବେ ଆସନ୍ତା ୨୦ ତାରିଖରୁ ହେବାକୁ ଥିବା ମାଟ୍ରିକ ପରିକ୍ଷା ମୂଲ୍ୟାୟନକୁ ବର୍ଜନ କରିବା ନେଇ ଶିକ୍ଷକ ସଂଘ ଚେତାବନୀ ଦେଇଛି। ଏଥିରେ ଜିଲ୍ଲା ସଭାପତି ଅକ୍ଷୟ କୁମାର ସାମଲ, ସଂପାଦକ ବ୍ରଜକିଶୋର ବିଶ୍ୱାଳ, ଧର୍ମଶାଳା ସଂପାଦକ ରମେଶ ଚନ୍ଦ୍ର ବେହେରା, ଇନ୍ଦ୍ରମଣୀ ବାରିକ, ରତ୍ନପ୍ରଭା ବିଶ୍ୱାଳ, ମମତା ମିଶ୍ର, ସୁନାକର ସାହୁ, ବିଭୂତି ଭୂଷଣ ନାୟକ, ରଂଜନ କୁମାର ପଣ୍ଡା, ମନୋରଂଜନ କର, ସତ୍ୟବାଦୀ ପଣ୍ଡା, ଲକ୍ଷ୍ମୀଧର ରାଉତଙ୍କ ସମେତ ବହୁ ଶିକ୍ଷକ ଧାରଣରେ ଉପସ୍ଥିତଥିଲେ। ସରକାର ଯଦି ସେମାନଙ୍କ ଦାବି ଗ୍ରହଣ ନକରନ୍ତି ତେବେ ଛାତ୍ରଛାତ୍ରୀ ମାନଙ୍କର ଯାହା କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଉତରଦାୟୀ ରହିବେ ବୋଲି ସଂଘ ପ୍ରକାଶ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top