ବଡଚଣା ବ୍ଲକ ; ଦୁଇଟି ଗ୍ରାମରେ ନଳକୂପ ଅଚଳ ପାଣି ପାଇଁ ହଟହଟା ଗ୍ରାମବାସୀ

ଯାଜପୁର-୪/୧ (ଓଡିଆ ପୁଅ/ଏ.ରାଉତ) ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତି ଗାଁକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଗାଁରେ ଏବେ ପାନୀୟଜଳ ସମସ୍ୟା ସରକାରଙ୍କ ଜନହିତକର ଯୋଜନା ଉପରେ ପ୍ରଶ୍ନବାଚି ସୃଷ୍ଟିକରିଛି। ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଞ୍ଚାୟତର ସମ୍ବାରୁପାଲୁ ଗ୍ରାମର ୨୦୦ରୁ ଉର୍ଦ୍ଧ୍ୱ ଓ ଛେଳିଆ ପଦା ଗ୍ରାମରେ ୨୫୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏହି ଗାଁରେ ଥିବା ଦୁଇଟି ନଳକୁପ ୨ମାସ ହେବ ଅଚଳ ହୋଇ ପଡିଥିବା ବେଳେ ମରାମତି ପାଇଁ ବିଭାଗ କିମ୍ବା ପ୍ରଶାସନ ଆଦୌ ମନବଳାଉନଥିବା ଅଭିଯୋଗହୋଇଛି। ଅଚଳ ନଳକୂଅ ମରାମତି ହୋଇପାରୁନଥିବାରୁ ଗ୍ରାମବାସୀମାନେ ପାଣି ପାଇଁ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଳକୂପ ମରାମତି ପାଇଁ ଗ୍ରାମବାସୀମାନେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହାଫଳରେ ଲୋକମାନେ ଦେଢକିଲୋମିଟର ଦୂର ଗବପାଳ ପ୍ରକଳ୍ପରୁ ଦୂଷିତ ପାଣି ଆଣି ବ୍ୟବହାର କରୁଛନ୍ତି। ଯାହା ଦ୍ୱାରା ଲୋକେଏହି ଦୂଷିତ ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ଓ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ଆଦିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୂଷିତ ପାନୀୟ ଜଳ ପିଇ ଆଦିବାସୀ ଲୋକେ ନିଜର ଜୀବନଜୀବୀକା ବିତାଉଥିଲେ ମଧ୍ୟପ୍ରଶାସନର ବିମୁଖଭାବ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟିଦେବାକୁ ଗ୍ରାମବାସୀ ସୋମନାଥ ବାଙ୍କିରା, ବୈକୁଣ୍ଠ ଚାତାରା, ମୁକ୍ତିସାର ବାଙ୍କିରା, ମଞ୍ଜୁ ଚାତାରା, ବାସନ୍ତି ତିରିଆ, କୁନୁ ତିରିଆ, ମଧୁ ତିରିଆ, ଅର୍ଜୁନ ତିରିଆ, ଗଙ୍ଗା ତିରିଆ, ଭୀମସେନ ପିଙ୍ଗୂଆ, ସୁକାନ୍ତି ପିଙ୍ଗୁଆ, ରାଈ ତିରିଆ, ଝୁନୁ ମୁଣ୍ଡା, ଜାନୀ ତିରିଆ, ସୁମିତ୍ରା ତିରିଆ, ସୁକାନ୍ତି ତିରିଆ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *