ବଡଚଣା ବ୍ଲକର ସ୍ୱଚ୍ଛ ଭାରତ ମିଶନର ତାଲିମ ଶିବିର ଆରମ୍ଭ

ଯାଜପୁର, ୧୪/୧୧(ଓଡିଆପୁଅ/ଏମ୍ ରାଉତ) ବଡଚଣା ବ୍ଲକର ସ୍ୱଚ୍ଛ ଭାରତ ମିଶନର ୫ଦିନିଆ ତାଲିମ ଶିବିର ନେଉଳପୁର ପଂଚାୟତସ୍ଥ ଧର୍ମଶାଳା ଭବନରେ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯାଜପୁର ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ପରିଜା କହିଲେ ୨୦୧୪ ଅକ୍ଟୋବର ୧ରୁ ଏପ୍ରୟର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ମାତ୍ର ୧ଲକ୍ଷ୨୦ହଜାର ପାଇଖାନା ନିର୍ମାଣ ହୋଇଛି ଆଗାମୀ ୨ବର୍ଷ ଭିତରେ ୩ଲକ୍ଷ୪୦ହଜାର ପାଇଖାନା ନିର୍ମାଣ କରିବାକୁ ପଡିବ ଗତବର୍ଷ ୬ଟା ପ୍ରଶିକ୍ଷଣ ଶିବିର କରି ୩ଶହ ପ୍ରବର୍ତ୍ତକ ସୃଷ୍ଟି କରାଯାଇଥିଲେ ମଧ୍ୟ ସେମାନଙ୍କୁ ଭିତରୁ ୯୦ପ୍ରତିଶତ କାର୍ଯ୍ୟଛାଡି ଚାଲିଯାଇଛନ୍ତି । ସ୍ୱଚ୍ଛ ଭାରତ ମିଶନରେ ଯାଜପୁର ଜିଲ୍ଲା ୨୯ନମ୍ବର ସ୍ଥାନରେ ରହିଛି । ଏହାକୁ ଟିକ୍ ସ୍ଥାନରେ ପଂହଚାଇବାକୁ ହେଲେ ସମସ୍ତେ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ । ମୁଖ୍ୟ ବକ୍ତ ଭାବେ ବଡଚଣା ବ୍ଲକର ଅତିରିକ୍ତ ବିଡିଓ ସାର୍ଥକ କୁମାର ଜେନା, ୟୁନିସେଫର ରାଜ୍ୟ ପ୍ରଶିକ୍ଷକ ରାଜକିଶୋର ଜେନା, ପ୍ରଶିକ୍ଷକ ଭାବେ ସାମ୍ବାଦିକ ଅନିରୁଦ୍ଦ ସମାନ୍ତରାୟ, ତପନ କୁମାର ବେହେରା, ସିତାଂଶୁ ସାମଲ, ବିନିତା ତିର୍କୀ ପ୍ରମୁଖ ଯୋଗଦେଇ ତାଲିମଧାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ଏଥିରେ ଜିଲ୍ଲଶ ପକଳ୍ପ ସଯୋଜକ ଏବଂ ସେକ୍ ତାଜୁଦ୍ଧିନ, ବଡଚଣା ବ୍ଲକ କୋଡିନେଟର ରଶ୍ମି ରଂଜନ ସେଠୀ ପ୍ରମୁଖ ଯୋଗଦେଇଛନ୍ତି । ଏଥିରେ ବଡଚଣା ବ୍ଲକର ୮୦ଜଣ ଆଶ ଏବଂ ସ୍ୱୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୫ଦିନ ତାଲିମ ଦିଆଯିବ ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *