ବଡଚଣା ବ୍ଲକରେ ଦକ୍ଷତା ବିକାଶ କର୍ମଶାଳା

ଯାଜପୁର-୭/୧୨(ଓଡିଆ ପୁଅ/ଏ.ରାଉତ) ଦୀନ ଦୟାଲ ଉପାଧ୍ୟ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ବଡଚଣା ବ୍ଲକ ସମ୍ମିଳନୀ ଗୃହରେ ଆଜି ଏକ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ କରାଯାଇଥିବା ଏହି କର୍ମଶାଳାରେ ବ୍ଲକର ୬ଟି ପଞ୍ଚାୟତକୁ ସାମିଲ କରାଯାଇଛି । ଏହି କର୍ମଶାଳାରେ ସଂପୃକ୍ତ ପଞ୍ଚାୟତରେ ଥିବା ବେକାରୀ ଯୁବକ/ଯୁବତୀମାନେ ଆବେଦନ କରିବା ପରେ ସେମାନଙ୍କୁ ବିଭିନ୍ନ କର୍ମସଂସ୍ଥାନ ଉପରେ ପ୍ରଶିକ୍ଷଣ ଦିଆଯିବ ଏବଂ ଏହାକୁ ଆଧାର କରି ସେମାନେ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ଦର୍ଶାଯାଇଛି । ଆଜି ବଡଚଣା ବ୍ଲକ ପରିସରରେ କରାଯାଇଥିବା ଏହି ଦକ୍ଷତା ବିକାଶ କର୍ମଶାଳାରେ ବହୁ ବେକାର ଯୁବକ ଓ ଯୁବତୀ ପ୍ରଶିକ୍ଷଣ ପାଇଁ ଆବେନ କରିଥିବା ଜଣାଯାଇଛି । ଆବେଦନ ବେଳେ ସଂପୃକ୍ତ ବେକାରୀ ଯୁବକ/ଯୁବତୀମାନେ ନିଜର ଆଧାର କାର୍ଡ ସହ ଜନ୍ମ ପ୍ରମାଣପତ୍ର ସହ ଦୁଇଟି ଫଟୋ ଦେବାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *