ଜିଲ୍ଲା ପରିକ୍ରମା

ବଡଚଣା: ବିଜେଡି ଦଳୀୟ ପଦଯାତ୍ରାର ଓ ସଭାରେ ଶିକ୍ଷକ

ଯାଜପୁର, ୧୫/୧୦(ସଡିଆପୁଅ)-ବଡଚଣା ନିର୍ବାଚନ ମଣ୍ଡଳିର ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜେଡି ଦଳୀୟ କାର୍ଯ୍ୟକ୍ରମରେ କେତେ ବେଳେ ଅଙ୍ଗନବାଡି କର୍ମୀ ତ କେତେବେଳେ ଶିକ୍ଷକ ଯୋଗ ଦେଇଥିବା ଦେଖିବାକୁ ମିଳୁଛି । ଏକ ମହିଳା ସମାବେଶ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଯୋଗଦାନ କରୁଥିବା ଖବର କେତେକ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ବଡଚଣା ବିଜେଡି ପକ୍ଷରୁ ଗତ ୧୩ ତାରିଖ ଦିନ ବାଲିକୁଦା ଠାରୁ ରଇପୁର ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାରେ ବିଧାୟକଙ୍କ ସହିତ ତାଳୁଆ ୟୁଜିଏମ ସ୍କୁଲର ଶିକ୍ଷକ ତ୍ରିଲୋଚନ ଜେନା ସାମିଲ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀ ଜେନା କେବଳ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି । ସ୍କୁଲ ପାଠ ପଢାକୁ ପଛରେ ପକାଇ ବ୍ଳକ କାର୍ଯ୍ୟା ଳୟକୁ ଦୈ÷ନିକ ଆବାସ ଯୋଜନା ଭତା ଓ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ଦଉଡିଥାନ୍ତି ବୋଲି ଦେଖିବାକୁ ମିଳିଛି । ଏହି ଭଳି ଆହୁରୀ ଅନେକ ଶିକ୍ଷକ ଖୁଲମ ଖୁଲା ଦଳୀୟ ସଭା ସମିତିର ଯୋଗଦାନ କରିବା ସହ ସ୍କୁଲକୁ ନ ଯାଇ ଠିକାଦାରୀ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଶିକ୍ଷକ ମାନେ ଯୋଗ ଦେଇଥିଲେ ବି ବ୍ଳକ ଶିକ୍ଷାଅଧିକାରୀଙ୍କ ଦୃଷ୍ଟିକୁ ଏହା କେମିତି ଆସୁନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top