ଜିଲ୍ଲା ପରିକ୍ରମା

ବଡଚଣା ବରିଷ୍ଠ ନାଗରିକ ବନ୍ଧୁମିଳନ

ଯାଜପୁର,(ଓଡିଆପୁଅ/ମାନସ ରାଉତ):-ବଡଚଣା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ସଭ୍ୟମାନଙ୍କର ଏକ ବନ୍ଧୁମିଳନ ବୈଠକ ପ୍ରାଧ୍ୟାପକ ପ୍ରମୋଦ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ପଞ୍ଜିକରଣ କାର୍ଯ୍ୟ ଶେଷ ହୋଇଥିବାରୁ ସମସ୍ତ ସଭ୍ୟ ବିଭାଗୀୟ କର୍ମକର୍ତ୍ତା ତଥା ଯାଜପୁର ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମ ସମ୍ବଦ୍ଧରେ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବାକୁ ସ୍ତିର କରାଗଲା । ପରବର୍ତ୍ତୀ ସାଧାରଣ ବୈଠକ ଚଳିତ ମାସ ୧୧ତାରିଖ ରବିବାର ବଡଚଣା ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମରେ ସକାଳ ୧୦ଟାରେ ଅନୁଷ୍ଠିତ ହେବବୋଲି ବୈଠକରେ ଘୋଷଣା କରାଯାଇଥିଲା । ଏହି ବୈଠକରେ ସମସ୍ତ ସଭ୍ୟ/ସଭ୍ୟା ଯୋଗଦାନ କରିବାକୁ ସଂପାଦକ ବଟକୃଷ୍ଣ ପ୍ରଧାନ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top