ବଡଚଣା ଓ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଯାଞ୍ଚ, ୬୨୦୦ ଟଙ୍କା ଜରିମାନା ଆଦାୟ

ଯାଜପୁର ୨୪ ମଇ ( ଓଡିଆ ପୁଅ/ ମାନସ ରାଉତ): ଯାଜପୁର ଏସପି ଚରଣସିଂ ମିନାଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ରାତିରେ ବଡଚଣା ଏବଂ ବୈରୀ ଥାନା ପକ୍ଷରୁ ରାତ୍ରିକାଳୀନ ଗାଡି ଯାଞ୍ଚ କରାଯାଇ ମୋଟ ୬୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛତିଆ ବଟତଳ ବଜାରରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା ବାଇକ ଓ ଚାରିଚିକିଆ ଗାଡି ଗୁଡିକ ଯାଞ୍ଚ କରାଯାଇଥିଲା। ବିନା ହେଲମେଟ ଓ ସିଟ ବେଲ୍ଟ ନପିନ୍ଧି ଗାଡି ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ଏହି ସମୟ ମଧ୍ୟରେ ୧୫ଟି ବାଇକ ଚାଳକ ବିନା ହେଲମେଟରେ ବାଇକ ଚଳାଉଥିବାରୁ ସେମାନଙ୍କ ଠାରୁ ଜରିମାନା ଏବଂ ସିଟବେଲ୍ଟ ନପିନ୍ଧି ଗାଡି ଚଳାଉଥିବା ୫ଟି ଗାଡି ଠାରୁ ଜରିମାନା ବାବଦରେ ମୋଟ ୨୫୦୦ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ଭାବେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକରେ ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ୬୪ଟି ଗାଡି ଓ ୨୫ଟି ବାଇକକୁ ଯାଞ୍ଚ କରାଯାଇ ମୋଟ ୩୭୦୦ ଟଙ୍କା ଆଦାୟ କରାଯାଇଥିଲା। ଏହାଦ୍ୱାରା ଜାତୀୟ ରାଜପଥରେ ଚାରିଚକିଆ ଯାନ ଓ ବାଇକ ଚାଳକମାନଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି ହୋଇପାରିବେ ବୋଲି ପୁଲିସ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *