ବଡଚଣା: ଅଗ୍ନିକାଣ୍ଡରେ ୨ବଖରା ଜଳିଗଲା

ଯାଜପୁର, ୧୩.୩ (ଓଡିଆ ପୁଅ/ମାନସ ରାଉତ):- ବଡଚଣା ବ୍ଳକ ଦର୍ପଣ ତହସିଲ ଅଧିନସ୍ଥ ବନ୍ଦାଳୋ ପଞ୍ଚାୟତର ଓଲର ଆଦିବାସୀ ସାହିରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ରଙ୍ଗ ପିଙ୍ଗୁଆଙ୍କ ୨ବଖରା ଜଳିଯାଇଛି। ରାତିରେ ଘରେ ଶୋଇଥିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ୧୦ବସ୍ତାରୁ ଉର୍ଦ୍ଧ ଧାନ ପୋଡିଯାଇଛି। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ନିଆଁର ପ୍ରକୋପ ଅଧିକା ଥିବାରୁ କୌଣସି ଜିନିଷ ପଦାକୁ କାଢିବା କଷ୍ଟକର ହୋଇପଡିଥିଲା। ସେ ଜଣେ ଆଦିବାସୀ ବିଧବା ମହିଳା ହୋଇଥିବାରୁ ତାଙ୍କୁ ସରକାରୀ ସାହାର୍ଯ୍ୟ ପାଇଁ ସରପଞ୍ଚ ପ୍ରତିମା ଓଝା, ପୂର୍ବତନ ସରପଞ୍ଚ ଶ୍ରୀଚରଣ ମଲିକ ଓ ସାମ୍ବାଦିକ ମନୋଜ କୁମାର ମହାନ୍ତିଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *