ବଡଚଣାର ୧୮ଟି କେନ୍ଦ୍ରରେ ୩୯୧୫ ଜଣ ଦେବେ ମାଟ୍ରିକ ପରିକ୍ଷା

ଯାଜପୁର,୨୨.୨(ଓଡିଆପୁଅ/ଏମ୍ ରାଉତ):-ବଡଚଣା ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଦ୍ୟାଳୟ ଗୁଡିକ ମଧ୍ୟରୁ ୧୮ଟି ବିଦ୍ୟାଳୟକୁ ପରିକ୍ଷା କେନ୍ଦ୍ର ଭାବେ ନିଆଯାଇ ୩୯୧୫ଜଣ ପରିକ୍ଷାର୍ଥୀ ଆଜି ଠାରୁ ପରିକ୍ଷା ଦେବେ ବୋଲି ଜଣାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରି·ଳିତ ଚଳିତ ବର୍ଷ ପାଇଁ ବଡଚଣା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନିୟମିତ ପରିକ୍ଷାର୍ଥୀ ୩୬୩୪,ମଧ୍ୟମା ୪୭,ଏକ୍ସ ରେଗୁଲାର ୨୩୪ଜଣ ପରିକ୍ଷାର୍ଥୀ ପରିକ୍ଷା ଦେବେ । ବଡଚଣାର ସର୍ବ ପୁରାତନ ମହାବିନାୟକ ବିଦ୍ୟାୟନକୁ ନୋଡାଲ ସେଣ୍ଟର କରାଯାଇ ପ୍ରଶ୍ନପତ୍ର ଓ ପରିକ୍ଷା ଖାତା ରଖାଯାଇ ବିଭିନ୍ନ ପରିକ୍ଷା କେନ୍ଦ୍ର ପଠାଯିବାର ବ୍ୟବସ୍ଥା କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଖାତା ଓ ପ୍ରଶ୍ନପତ୍ରକୁ ରଖାଯାଇ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସହ ବିଭାଗ ପକ୍ଷରୁ ୩ଟି ସ୍କାର୍ଡ ଗଠନ କରାଯାଇଛି ବୋଲି ମଣ୍ଡଳ ଶିକ୍ଷାଧିକାରୀ ସସ୍ମିତା ସାହୁ ପ୍ରକାଶ କରିଛନ୍ତି । ପରିକ୍ଷାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ପୁଲିସ ବ୍ୟବସ୍ଥା କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *