ବଡକୂଳ ପଂଚାୟତରେ ଇନ୍ଦିରା ଆବାସ ଘୋଟାଲା ବିରୋଧରେ ଚାଲିଥିବା ଗଣ ଅନଶନ ପ୍ରତ୍ୟାହୃତ

କେନ୍ଦ୍ରାପଡା ୧୧/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ବଢକୂଳ ପଞ୍ଚାୟତରେ ଇନ୍ଦିରା ଆବାସ ଯୋଜନାରେ ୨୦୧୪- ୧୫ ଆର୍ଥିକ ବର୍ଷରେ ବ୍ୟାପକ ଘୋଟାଲା ହୋଇଥିବା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ଗଣ ଅନଶନ ମଙ୍ଗଳବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଯାଇଛି। ଜିଲ୍ଲାପାଳ ରଘୁଜୀଙ୍କ ନିକଟରେ ଏ ସମ୍ପର୍କରେ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ସେହି ଘୋଟାଲାକାରୀଙ୍କ ବିରୋଧରେ କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏହା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ଗଣ ଅନଶନ ଆରମ୍ଭ କରାଯାଇଥିଲା କିନ୍ତୁ ଜିଲ୍ଲାପାଳ ରଘୁଜୀ ଅନଶନ ସ୍ଥଳକୁ ଆଜି ସନ୍ଧ୍ୟାରେ ଆସି ଇନ୍ଦିରା ଆବାସ ଘୋଟାଲାକାରୀଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକ ରଞ୍ଜନ କୁମାର ଦାସ କହିଛନ୍ତି।। ଆଜି ଦ୍ୱିତୀୟ ଦିବସରେ ଅନଶନ ସ୍ଥଳରେ ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକ ରଞ୍ଜନ କୁମାର ଦାସ, ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରମୋଦ ଚନ୍ଦ୍ର ସ୍ୱାଇଁ, ଶୁଭେନ୍ଦ୍ର ପ୍ରସାଦ ରାୟ, ହିତାଧିକାରି ସୁରଥ ଓଝା, ସୁରେନ୍ଦ୍ର ସାହୁ, ଭାରତି ଲେଙ୍କା ପ୍ରମୁଖ ବସିରହିଥିବା ବେଳେ ଏହି ଗଣ ଅନଶନକୁ ସମର୍ଥନ ଜଣାଇ ହିତାଧିକାରୀମାନଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ସନ୍ତୋଷ କୁମାର ଜେନା, ପିକିରାଣୀ ହୋତା, ଦେବଦତ୍ତ ଚୈାଧୁରୀ, ନବ ନିର୍ମାଣ କୃଷକ ସଂଗଠନର ସିତାକାନ୍ତ ନାୟକ, ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି, ବିକ୍ରମ ରାଉତରାୟ, ଜିଲ୍ଲା ବିଜେପି ଉପସଭା ନେତ୍ରୀ ଉର୍ମିଳା ସେଠୀ, ଅରୁଣ କୁମାର ରାଉତ, ଅକ୍ଷୟ କୁମାର ବେହେରା, ନିରଞ୍ଜନ ପରିଡା ପ୍ରମୁଖ ଅନଶନ ସ୍ଥଳରେ ବସିରହିଥିଲେ।

Leave a Reply

Your email address will not be published. Required fields are marked *