ବଞ୍ଚୋରେ ବ୍ୟାଙ୍କ ଅଫ ଇଣ୍ଡିଆର ୧୧୩ତମ ପ୍ରତିଷ୍ଠା ଦିବସ ପାଳିତ

ହାଟଡ଼ିହି, ୭/୯ (ଓଡ଼ିଆ ପୁଅ) ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ବ୍ୟାଙ୍କ ଅଫ ଇଣ୍ଡିଆର ୧୧୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିଲାଗି ଆଜି ବ୍ୟାଙ୍କ ପକ୍ଷରୁ ଗ୍ରାହକ ସମାବେଶ କରାଯାଇଥିଲା। ବ୍ୟାଙ୍କ କାର୍ଯ୍ୟାଳୟକୁ ଫୁଲ ଓ ବେଲୁନରେ ସୁସଜିତ କରାଯିବା ସହିତ ଗ୍ରାହକ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ଅନେକ ହିତାଧିକାରୀଙ୍କ ନୁତନ ଏକାଉଣ୍ଟ ଖୋଲାଯିବା ସହ ପେନସନ ଭୋଗୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଓ ବ୍ୟାଙ୍କର ନୀତିନିୟମ ଭିତରେ ରହି ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇଦେବାପାଇଁ ପରିଚାଳକ ନିହାର ରଞ୍ଜନ ସାମନ୍ତରାୟ ଘୋଷଣା କରିଥିଲେ। ଗ୍ରାହକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଶାଖା ପରିଚାଳକ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଷ୍ଟାଫ ଅଫିସର ସୋନାଲୀ ଦାଶ, କ୍ଲର୍କ ଲାବଣ୍ୟେନ୍ଦୁ ରାଉତ, ଦିଲ୍ଲିପ କୁମାର ସାହୁ, ସାରଦା ପ୍ରସନ୍ନ ବାରିକ, କର୍ମଚାରୀ ପୁରୁଷୋତ୍ତମ ପାତ୍ର, ରୀତା ମୁଖୀ, ବି.ସି. ଲିଟୁ ସାହୁ, ଗଜେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *