ବଜ୍ରାଘାତ ରେ ନଡ଼ିଆ ଗଛ ଜଳିଲା – ଅନେକ ଘର ଭାଙ୍ଗିଲା

ଟିଟିଲାଗଡ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଉପଖଣ୍ଡରେ ଆଜି ବର୍ଷl ଓ ଘଡ଼ଘଡ଼ି ଲାଗିରହିବା ଯୋଗୁଁ ଅନେକ ମାଟି  ଘରଗୁଡ଼ିକ କ୍ଷତି ହୋଇଥିବା ଜଣାଯାଇଛି। କ୍ରମାଗତ ବର୍ଷାରେ ଅନେକ ଘର ଭାଙ୍ଗି ଥିବା ବେଳେ ସ୍ଥାନୀୟ ସର୍ଗିଗୁଡାର ଏକ ନଡ଼ିଆ ଗଛ ଜଳିଯାଇଛି। ନିକଟସ୍ଥ କଂଧକେଲ ବୁରଡ଼ୀପରା, ନାଁନାଝର, ଖଇରମାଲ, ଚଲକୀ, ଆଦି ଗ୍ରାମ ଗୁଡିକର ଅନେକ ଘର କ୍ଷୟ କ୍ଷତି ଘଟି ଥିବା ଜଣାଯାଇଛି। ତେବେ ଚାରି ଜଣ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଯାଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *