ବଜ୍ରାଘାତରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ହାଟଡ଼ିହି, ୧୨/୯(ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଙ୍କଟପାଲିଆରେ ଆଜି ଅପରାହ୍ନରେ ବଜ୍ରାଘାତ ଘଟି ସ୍ୱାମୀଙ୍କ ମୃତୁ୍ୟ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଶଙ୍କଟପାଲିଆ ଗ୍ରାମର ପାଇକରା ହୋ (୪୦) ଓ ତାଙ୍କ ପତ୍ନୀ ବଙ୍ଗାଳି ହୋ(୩୮) ବତଲରୁ ଚାଷକାମ କରି ଘରକୁ ଫେରୁଥିବା ବେଳେ ବାଟରେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ସ୍ୱାମୀ ପାଇକରାର ମୃତୁ୍ୟ ଘଟିଥିବାବେଳେ ସ୍ତ୍ରୀ ବଙ୍ଗାଳି ଆହତ ହୋଇ ପଡିଯାଇଥିଲେ । ଗାଁ ଲୋକମାନେ ବଙ୍ଗାଳିଙ୍କୁ ଗାଉଁଲି ଚିକିତ୍ସା ସ୍ୱରୁପ ଏକ ଖତଗଦାରେ ପୋତି ଦେଇଥିଲେ ।ପାଇକରାଙ୍କ ଶବ ଗାଁରେ ପଡିରହିଥିବାବେଳେ ଗ୍ରାମବାସୀମାନେ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନସକୁ ଡାକିଥିଲେ ମଧ୍ୟ ଆମ୍ବୁଲାନସ ନଆସିବାରୁ ବାଧ୍ୟହୋଇ ଏକ ଘରୋଇ ଗାଡି ଡାକି ଆନନ୍ଦପୁର ଡାକ୍ତରଖାନା ନେଇଛନ୍ତି ।

Leave a Reply

Your email address will not be published. Required fields are marked *