ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର ଚିକିତ୍ସାରେ ବିଳମ୍ବ, ଆମ୍ବୁଲାନ୍ସ ବିଳମ୍ବରେ ଆସିବା ଓ ଡାକ୍ତର ଖାନାରେ ଡାକ୍ତର କିମ୍ବା ଔଷଧ ନ ଥିବାରୁ ରାସ୍ତାରୋକ

ତୁରୁମୁଙ୍ଗା ୧୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା କେନ୍ଦେଇପଶିଠାରେ ବିଲରେ କାମ କରୁଥିବା ସମୟରେ ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଘଟଣା ସ୍ଥଳରେ ଚାଖୁଣ୍ଡାପାଳ ପଞ୍ଚାୟତର ଜହ୍ନେଇପଶି ଗ୍ରାମର ପପିତା ନାଏକ (୨୫) ଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ୪ ଜଣ ଗୁରୁତର ହୋଇପଡ଼ିଥିଲେ। ଗୁରୁତ୍ତରଙ୍କୁ ପ୍ରଥମେ କେନ୍ଦେଇ ପଶି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ନ ଥିବା ସହିତ କୌଣସି ଔଷଧ କିମ୍ବା ସାଲାଇନରେ ବ୍ୟବହୃତ ହେଇଥିବା ପାଇପ ନଥିବାରୁ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେବା ସହିତ ଉତ୍ୟକ୍ତ ଲୋକେ ମେଡିକାଲରେ ଚାବି ପକାଇବା ସହ କେନ୍ଦୁଝର ପାଟଣା ରାସ୍ତାକୁ କେନ୍ଦେଇପଶି ମେଡିକାଲ ସମ୍ମୁଖରେ ୩ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ଗୁରତରଙ୍କୁ ଅଗ୍ନିଶମ ବିଭାଗ ଦ୍ଵାରା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଚାରିଜଣ ହେଲେ ରେଣୁକା ନାଏକ, ମାଳତୀ ନାଏକ, ମମତା ନାଏକ, ମମତାମୟୀ ନାଏକ। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ଯେ ପର୍ଯ୍ୟନ୍ତ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଓ ମେଡ଼ିସିନ ମହଜୁଦ ନ ରହିଛି ସେ ପର୍ଯ୍ୟନ୍ତ ମେଡିକାଲରେ ତାଲା ଝୁଲିବ ରହିବାକୁ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *