ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର

ତୁରୁମୁଙ୍ଗା ୧୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା କେନ୍ଦେଇପସି ବିଲରେ କାମ କରୁଥିବା ସମୟରେ ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଘଟଣା ସ୍ଥଳରେ ପପିତା ନାଏକ (୨୫) ଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇ ପ୍ରଥମେ କେଂଦେଇପଶି ପରେ ଅଗ୍ନିଶମ ବିଭାଗ ଦ୍ଵାରା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଂହେଇ ପଶି ଗ୍ରାମର ପିପିତା ନାଏକ। ଗୁରୁତର ତିନି ଜଣ ହେଲେ ରେଣୁକା ନାଏକ, ଓ ମାଳତୀ ନାଏକ , ଓ ମମତା ନାଏକ। ଡାକ୍ତରଖାନାରେ ଡାକ୍ତର ନଥିବାରୁ ଉତ୍ତେଜନା ଲାଗି ରହିଛି।

Leave a Reply

Your email address will not be published. Required fields are marked *