ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ବାହାନଗା/ବାଲେଶ୍ୱର, ୧୧/୦୬(ଓଡ଼ିଆପୁଅ/ଭାରତୀ ଦାସ)- ଖନ୍ତାପଡ଼ା ଥାନା ବିଷ୍ଣୁପୁର ଗ୍ରାମ ବାସୁଳି ସାହିରେ ରବିବାରଦିନ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ରବିବାରଦିନ ବିଷ୍ଣୁପୁର ଗ୍ରାମର ରନ୍ନାକର ବେହେରା(୫୦) ଅନ୍ୟ୪ଜଣଙ୍କ ସହ ପୂଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ଘର ତିଆରି କରୁଥିଲେ। ତେବେ ସନ୍ଧ୍ୟା ୬ଟାରେ କାମ ସାରି ଘରକୁ ଫେରୁଥିବାବେଳେ କାଳବୈଶାଖି ଜନୀତ ବଜ୍ରାଘାତ ହୋଇଥିଲା। ଉକ୍ତ ଘଟଣାରେ ରତ୍ନାକର ମୃତ୍ୟୁବରଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ମୃତ ରତ୍ନାକର ଦାରିଦ୍ରସୀମାରେଖା ତଳେ ଗତିକରୁଥିବାର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *