ଓଡ଼ିଶା

ବଜ୍ରାଘାତରେ ଏକ ଗୁରୁତର

ଖଇରା, ୧୧/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲା୍ଲ ଖଇରା ବ୍ଲକ କୁପାରୀ କମାର ସାହିରେ ଆଜି ଦିନ ଦ୍ୱିପ୍ରହର ସମୟରେ ଝିପିଝିପି ବର୍ଷା ହେଉଥିଲା ବେଳେ ଘର ସାମ୍ନାରେ ସୁନନ୍ଦ ବାରିକଙ୍କର ୧୦ ବର୍ଷର ପୁଅ ରମେଶ ବାରିକ ଦାଣ୍ଡରେ ଖେଳୁଥିଲା। ଠିକ ସେହି ସମୟରେ ପ୍ରଚଣ୍ଡ ଶବ୍ଦରେ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ ରମେଶ ମୁର୍ଚ୍ଛା ହୋଇ ତଳେପଡିଯିବାର ପରିବାର ଲୋକେ ଦେଖିବାକୁ ପାଇ ସଂଗେ ସଂଗେ ଖଇରା ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ସେଠାରେ ଡା.ଦେବାଶିଷ ପଟ୍ଟନାୟକ ଚିକିତ୍ସା ଆରମ୍ଭ କରି ବଜ୍ରାଘାତରେ ରମେଶର ଛାତି ପୋଡିଯାଇଥିବାର ଜାଣିବାକୁ ପାଇଥିଲେ। ଅବସ୍ଥା ଗୁରୁତର ଥିବାର ଜାଣି ରମେଶକୁ ସଂଗେ ସଂଗେ ଖଇରାରୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ପୁଣି ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ଖଇରା ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ସୁନନ୍ଦ ବାରିକଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଂଚଳରୁ ଆସି କୁପାରୀ ଅଂଚଳରେ ରହି ସେଲୁନ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top