ବଜ୍ରପାତରେ ଜଣେ ମୃତ

କୋରାପୁଟ ; ତା ୦୯-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତର କଲମ ଗ୍ରାମରେ ବଜ୍ରପାତ ଯୋଗୁଁ ଜଣକର ପ୍ରାଣହାନୀ ଘଟିଛି। ମୃତକ ଜଣକ ବିଜାଘାଟି ପଂଚାୟତ ଚିକଲଗୁମା ଗ୍ରାମର ବିଜୟ ହିରେ ଡିକା(୪୭)ବୋଲି ଜଣା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ବିଜୟ ହିରେଡିକା ଜ୍ୱାଇଁ ଘର ଭାଲୁ ପଦରକୁ ଯାଇ ଆଜି ପୂର୍ବାହ୍ନରେ ଫେରୁଥିବାବେଳେ କଲମ ଗାଁ ନିକଟରେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଗୁରୁବାର ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *