ବଜ୍ରଆଘାତରେ ବାଇକ ଆରୋହୀ ମୃତ

ତୁରୁମୁଙ୍ଗା ୮ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ ପତି) ମୟୁରଭଞ୍ଜ ଜିଲା ଚଢେଇଭୋଳ ଫାଣ୍ଡି ଅଧିନ ଧୋକଟା ଢ଼ାବା ନିକଟରେ ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଚମ୍ପୁଆ ଥାନା ପଳସା ଗ୍ରାମର ଧରଣୀଧର ନାଏକ। ସେ OD 09 D 9655 ନମ୍ବର ବିଶିଷ୍ଟ ଏକ ଗ୍ଲାମର ଗାଡିରେ ଆସୁଥିବା ସମୟରେ ବର୍ଷା ଓ ବଜ୍ରପାତ ଯୋଗୁଁ ଢାବାରେ ଅଟକି ଯାଇଥିଲେ। କିନ୍ତୁ ବଜ୍ରାଘାତ ରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଚଢ଼େଇଭୋଳ ଫାଣ୍ଡି ଅଧିକାରୀ ପହଞ୍ଚି ଶବ କୁ ଜବତ କରି କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *