ଓଡ଼ିଶା

ବଜେଟ୍ ରେ ୟୁନିଭରସାଲ୍ ବେସିକ୍ ଇନ୍ କମ୍ ଲାଗୁ କରିବା ଓ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ବଢାଇବା ଦାବିରେ ଅର୍ଥମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ପତ୍ର

ଭୁବନେଶ୍ୱର, ତା ୩୧ା୧ (ଓଡ଼ିଆ ପୁଅ) : ଆଗାମୀ କାଲି ସଂସଦରେ ଆଗତ ହେବାକୁ ଯାଉଥିବା ବଜେଟ୍ ରେ ୟୁନିଭରସାଲ୍ ବେସିକ ଇନ୍ କମ୍ ଲାଗୁ କରିବା ଓ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାକୁ ସର୍ବନିମ୍ନ ୨ ହଜାର ଟଙ୍କା କରିବାକୁ ଦାବି କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଏକ ପତ୍ର ଲେଖାଯାଇଛି। ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ଦ୍ୱାରା ଲିଖିତ ଏହି ପତ୍ରରେ ଦର୍ଶାଯାଇଛିଯେ, ସରକାର କେନ୍ଦ୍ର କର୍ମଚାରୀଙ୍କ ସମେତ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଜଜମାନଙ୍କର ଦରମା ବୃଦ୍ଧି କରିବାରେ ପଛଘୁଞ୍ଚା ଦେଉନାହାଁନ୍ତି, ସେତିକିବେଳେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ସର୍ବନିମ୍ନ ରୋଜଗାରର ଗ୍ୟାରେଣ୍ଟି ଓ ବୃଦ୍ଧା ଓ ଭିନ୍ନକ୍ଷମଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ୨ହଜାର ଟଙ୍କା କରିବାରେ ବାଧା କେଉଁଠି ? ଦେଶରେ ବେକାରୀ ଓ କୃଷକ ଆତ୍ମହତ୍ୟା ବଢ଼ିଚାଲିଥିଲା ବେଳେ ସର୍ବନିମ୍ନ ରୋଜଗାରର ଗ୍ୟାରେଣ୍ଟିକୁ ସରକାର ଲାଗୁକଲେ ଏହାକୁ ରୋକିବାରେ ସମର୍ଥ ହେବ ବୋଲି ଏହି ଚିଠିରେ ଆଶପ୍ରକାଶ କରାଯାଇଛି। ସେହିଭଳି ବଜାର ଦର୍ ଉପରେ ପେଟ୍ରୋଲ୍ ଓ ଡିଜେଲ୍ ର ଦୈନନ୍ଦିନ ଦରବୃଦ୍ଧି ପ୍ରଭାବ ପକାଉଥିବା ଯୋଗୁଁ ଗରିବ ଲୋକ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହୋଇପଡ଼ିଲେଣି। ତେଣୁ ଦରଦାମ୍ ବୃଦ୍ଧି ରୋକିବା ପାଇଁ ପଦକ୍ଷେପ ନେବାସହିତ ପେଟ୍ରୋଲ୍ ଜାତ ସାମଗ୍ରୀକୁ ଜିଏସ୍ ଟି ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ବେହେରା ଏହି ଚିଠିରେ ଦାବି କରିଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମଜୟନ୍ତୀ ପାଳନ ହେବାକୁ ଯାଉଛି। ଗାନ୍ଧିଜୀଙ୍କ ଆଦର୍ଶର ମୁଖ୍ୟଥିଲା ଗ୍ରାମ ସ୍ୱରାଜ୍ୟ। ଦେଶର ଗ୍ରାମାଞ୍ଚଳକୁ ସ୍ୱାବଲମ୍ବୀ କରିବା, ଗ୍ରାମ୍ୟ ଭିତ୍ତିଭୂମିର ବିକାଶ କରିବା ପାଇଁ ଗାନ୍ଧିଜୀଙ୍କ ବିଚାରଧାରାକୁ ନେଇ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେବାକୁ ବଜେଟ୍ ରେ ବ୍ୟବସ୍ଥା କରିବା ପାଇଁ ଏହି ଚିଠିରେ ଦାବି କରାଯାଇଛି। ଆଜି ଯେତେବେଳେ ଦେଶରେ ସାମ୍ପ୍ରଦାୟିକ ହିଂସା ଓ ବେରୋଜଗାରୀ ବଢ଼ିବଢ଼ି ଚାଲିଛି, ଗାନ୍ଧିଜୀଙ୍କ ବିଚାରଧାରା ହିଁ ତାହାର ସମାଧାନ କରିବାରେ ସଫଳ ହେବ ବୋଲି ଏହି ଚିଠିରେ ଆଶାପ୍ରକାଶ କରାଯାଇଛି। ତେଣୁ ସେଥିପାଇଁ ସ୍ୱତନ୍ତ୍ର ବଜେଟ୍ ର ଆବଶ୍ୟକତା ରହିଛି ବୋଲି ଶ୍ରୀ ବେହେରା ଉଲ୍ଲେଖ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top