ଜିଲ୍ଲା ପରିକ୍ରମା

ବଜେଟକୁ ବିରୋଧ କରି ଅଙ୍ଗନୱାଡି କର୍ମୀ ପିନ୍ଧିଲେ କଳାବ୍ୟାଚ

ଭଦ୍ରକ,୨୦ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନିକଟରେ କେନ୍ଦ୍ର ସରକାର ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି, ସେଥିରେ ଶ୍ରମିକ ଓ ଅଙ୍ଗନୱାଡି କର୍ମୀଙ୍କ ପାଇଁ କୌଣସି ଅନୁଦାନର ବନେ୍ଦାବସ୍ତ କରାଯାଇ ନ ଥିବା ପ୍ରତିବାଦରେ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ସମଗ୍ର ଓଡିଶାର ଅଙ୍ଗନୱାଡି କର୍ମଚାରୀ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ ଅଙ୍ଗନୱାଡି କର୍ମଚାରୀମାନେ କଳାବ୍ୟାଚ ପିନ୍ଧି କଳା ଦିବସ ପାଳନ କରିଛନ୍ତି । ଦୀର୍ଘ ୪୨ ବର୍ଷ ଧରି ଅଙ୍ଗନୱାଡି କର୍ମଚାରୀମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ ସ୍କିମ ୱାର୍କର ନାମରେ ଶୋଷଣ କରାଯାଉଛି । ସରକାର ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା ଘୋଷଣା କରିଥିଲେ ମଧ୍ୟ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ସେମାନଙ୍କୁ ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା, ପ୍ରୋଭିଡେଣ୍ଟ ଫଣ୍ଡ, ଗ୍ରାଚୁ୍ୟଇଟି ଆଦି ପ୍ରଦାନ କରିବାରେ ବିଫଳ ହୋଇଛି । ସରକାରଙ୍କର ଶ୍ରମିକ ମାରଣ ନୀତିକୁ ସଂଘ ତରଫରୁ ପ୍ରତିବାଦ କରାଯାଇ ଆଜିର ଦିନକୁ କଳାଦିବସ ଭାବେ ପାଳନ କରାଯାଇଛି । ଅଙ୍ଗନୱାଡି କର୍ମୀମାନେ କଳାବ୍ୟାଚ ପିନ୍ଧି ଏହାକୁ ପ୍ରତିବାଦ କରିବା ସହି କେନ୍ଦ୍ର ସରକାର ଦାବି ପୂରଣ ଦିଗରେ  ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି ଭଦ୍ରକ ବ୍ଲକ ସଂଘର ସଭାନେତ୍ରୀ ସୀତା ପଣ୍ଡା, ସଂପାଦିକା ଲକ୍ଷ୍ମୀପ୍ରିୟା ପାତ୍ର, ଅନିତା ସେନାପତି, କୌଶଲ୍ୟା ରାଉତ, ମଞ୍ଜୁଲତା ବାରିକ, ସଫିକା ସେରାୱତ, କଳ୍ପନା ପାତ୍ର, ସତ୍ୟଭାମା ବେହେରା, ଶର୍ମିଷ୍ଠା ପଣ୍ଡା,ସସ୍ମିତା ପଟ୍ଟନାୟକ, ସବିତା ପାଣିଗ୍ରାହୀ, ସିନ୍ଧୁଲତା ଦାସ, ଇତିଶ୍ରୀ ନାୟକ, ସୁପ୍ରଭା ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top