ଓଡ଼ିଶା

ବଚସାରୁ ଗୁଳି ଫୁଟାଇ ଯୁବକ ଗିରଫ, ଦେଶୀ ବନ୍ଧୁକ ଓ ଖୋକା ଜବତ

ଯୋଡା – ୧୩/ ୭: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଠାରେ ଏକ ଦେଶୀ ବନ୍ଧୁକ ଓ ଗୋଟିଏ ଖୋଜା ଜବତ କରିବା ସହିତ ଅଭିଯୁକ୍ତ ବାସୁଦେବ ମହାନ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି କୌଣସି କାରଣକୁ ନେଇ ଶ୍ରୀରାମ ନଗରର ରାଜକିଶୋର ବାରିକ ଓ ବହାସୁଦେବ ମହାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ଉକ୍ତ ବଚସାରେ ରାଜକିଶୋର ବାସୁଦେବଙ୍କୁ ଗୋଟିଏ ଚାପୁଡା ମାରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବାସୁଦେବ ନିକଟରେ ରହୁଥିବା ନିଜ ଘରକୁ ଯାଇ ଘରେ ଥିବା ଏକ ଦେଶୀ ବନ୍ଦୁକ ଆଣି ରାଜକୁଶୋରଙ୍କ ଆଡକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ । ସୌଭାଗ୍ୟ ବଶତଃ ଗୁଳିଟି ରାଜକିଶୋରଙ୍କ ଦେହରେ ବାଜିନଥିଲା । ଏନେଇ ରାଜକିଶୋରର ବଡବିଲ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବଡବିଲ ପୁଲିସ ଘଟଣା ସ୍ଥଳରୁ ଖୋକା ଓ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top