ଅପରାଧ

ବଚପନ ସ୍କୁଲ ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ମାମଲା ଅଭିଯୁକ୍ତ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ସହ ୩ ଲକ୍ଷ ଟଙ୍କା ଜରିମାନା

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୮ – ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଣି ପ୍ରଦାନ କରିଛନ୍ତି। ରାୟଗଡା ସ୍ଥିତ ରିଙ୍ଗ ରୋଡରେ ଥିବା ବଚପନ ଇଂରାଜୀ ମାଧ୍ୟମ ସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲର କପ୍ୟୁଟର ଶିକ୍ଷକ ଏମ.ଉଦୟ କୁମାର (୨୧) ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ଛାତ୍ରର ମା ଗତ ତା ୦୨.୦୯.୧୭ ରିଖ ଦିନ ରାୟଗଡା ଥାନାରେ ଏତଲା ଦେଇଥିଲେ। ପୋଲିସ ପକ୍ଷରୁ ଥାନା କେଶ ନଂ ୨୧୯ / ୧୭ ରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ ଦାସ ମହାପାତ୍ର ୨୧ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ପୋସ୍କ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ଶିକ୍ଷକ ଏମ.ଉଦୟ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରଦାନ କରିବା ସହ ୩ ଲକ୍ଷ ଟଙ୍କା ଜୋରିମାନ ଆଦାୟ କରିବା ପାଇଁ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସି.ଏଚ.ଶ୍ରୀନିବାସ ରାଓ ମାମଲାଟି ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ପକ୍ଷରୁ ଓକିଲ ନବ କାଂଟା ମାମଲାଟି ଲଢୁ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ସେପ୍ଟମ୍ବର ମାସରେ ବଚପନ ସ୍କୁଲର ଶିକ୍ଷକ ଏମ ଉଦୟ କୁମାର ଛାତ୍ର ଜଣଙ୍କୁ ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ। ଛାତ୍ର ଜଣଙ୍କ ଶରୀରରେ ଚର୍ମ ରୋଗ ଦେଖାଯିବାରୁ ପରିବାର ଲୋକ ତାଙ୍କୁ ବିଶାଖାପାଟଣା ସ୍ଥିତ ଚର୍ମରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ। ଏବଂ ଡାକ୍ତର ଜଣଙ୍କ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯ୍ୟାତନ ହୋଇଥିବା ନେଇ କହିବା ପରେ ଛାତ୍ର ଜଣଙ୍କୁ ତାଙ୍କ ମା ଏହି ବିଷୟରେ ପଚାରିବାକୁ ସମସ୍ତ ଘଟଣା ଛାତ୍ର ଜଣ ପ୍ରକାଶ କରିଥିଲେ। ଏପରି ଏକ ସମ୍ବେଦନଶୀଳ ଘଟଣାଟି ପ୍ରଘଟ ହେବା ପରେ ରାୟଗଡା ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ବିଭିନ୍ନ ଗଣ ମାଧ୍ୟମରେ ଘଟଣାଟି ପ୍ରକାଶ ପାଇବା ପରେ ସ୍କୁଲ କତୃପକ୍ଷ ଘଟଣାଟିକୁ ରଫାଦଫା କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ଭୁବନେଶ୍ୱରରୁ ଶିଶୁ ସୁରକ୍ଷା ସମିତିରୁ ଏକ ଟିମ ଆସି ଘଟଣା ସଂପର୍କରେ ତଦନ୍ତ କରି ଯାଇଥିଲେ। ଆମେ ଆଜି ପ୍ରକୃତ ନ୍ୟାୟ ପାଇଛୁ ବୋଲି ପୀଡିତା ଛାତ୍ରର ପରିବାର ବର୍ଗ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top