ବଚପନ ସ୍କୁଲର କମ୍ପ୍ୟୁଟର ଶିକ୍ଷକଙ୍କୁ ଯୌନ ଶୋଷଣ ଅଭିଯୋଗରେ ଆଜୀବନ କାରାଦଣ୍ଡ

ରାୟଗଡା ତା-୦୬/୦୮/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଯୌନ ଶୋଷଣ ଅଭିଯୋଗ ରେ ରାୟଗଡା ସହରରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ବଚପନ ସ୍କୁଲର କମ୍ପ୍ୟୁଟର ଶିକ୍ଷକ ଏମ ଉଦୟ କୁମାରଙ୍କୁ ଆଜୀବନ କାରାଦଣ୍ଡ ସହ ୩ଲକ୍ଷ ଟଙ୍କା ଜରିମାନା। କାରାଦଣ୍ଡ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ଦାସ ମହାପାତ୍ର। ଘରୋଇ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଏମ ଉଦୟ କୁମାର ଜଣେ ୩ୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ଛାତ୍ରକୁ ଦିର୍ଘ ୬ମାସ ଧରି ଶିକ୍ଷକ ଜଣକ ଛାତ୍ରକୁ ଯୌନ ଶୋଷଣ କରିଆସୁଥିଲା। ପରେ ଛାତ୍ରର ଦେହ ଅସୁସ୍ଥ ହେବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଘରୋଇ ଚିକିତ୍ସାଳୟ ଯୌନ ଶୋଷଣ ହୋଇଥିବା ରିପୋର୍ଟ ଆଧାରରେ ପରିବାର ପକ୍ଷରୁ ରାୟଗଡା ସଦର ଥାନାରେ ୨୦୧୭ରେ ଏକ ମାମଲା ରୁଜ୍ଜୁ ହୋଇଥିଲା।ପରେ ପୋଲିସ ପକ୍ଷରୁ ଅଭିଯୁକ୍ତ ଏମ ଉଦୟ କୁମାରକୁ ଗିରଫକରି କୋର୍ଟ ଚାଲାଣ କରିଥିଲା।

ଆଜି ପ୍ରକାଶ ପାଇଥିବା ରାୟରେ ୬ପୋକ୍ସ ଆଇନ ଅନୁଯାୟୀ ଅଭିଯୁକ୍ତ ଶିକ୍ଷକକୁ ଆଜୀବନ କାରାଦଣ୍ଡ, ୩ଲକ୍ଷ ଟଙ୍କା ସହ ଜେଜେବି ଆଇନର ୭୫ ଅନୁଯାୟୀ ଆଉ ଏକ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।

Leave a Reply

Your email address will not be published. Required fields are marked *