ବଗାଧର କଲୋନୀରେ ସାଧାରଣତନ୍ତ୍ର ଦିବସ ପାଳିତ

ତାଳଚେର, ୨୬/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତର ବଗାଧର କୁଷ୍ଠ କଲୋନୀରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ବିଷ୍ଣୁମୋହନ ରଥ ଏବଂ ସମ୍ମାନିତ ଅତିଥିଭାବେ ଏରିଆ ଖବର ସମ୍ପାଦକ ସୈାଭାଗ୍ୟ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସନାତନ କର ଏବଂ ଆମ ପରିବାର ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ। କଲୋନୀର ଜନୈକ ବ୍ୟକ୍ତି ପତାକା ଉତୋଳନ କରିଥିଲେ। ଶେଷରେ ସମସ୍ତ କଲୋନୀ ବାସୀଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *