ବକ୍ସିଂ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ

ପୁରୀ:୩୧ ମଇ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବକ୍ସିଂ ଏକାଡେମୀ ଆନୁକୂଲ୍ୟରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ୨୧ଦିନିଆ ଗ୍ରୀଷ୍କକାଳୀନ ପ୍ରଶିକ୍ଷିଣ ଶିବିର ଉଦ୍ୟାପିତ ହୋଇଯାଇଛି। ଉଦ୍ୟାପନୀ କାର୍ଯ୍ୟକ୍ରମରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜର୍ସି ଓ ବକ୍ସିଂ ଉପକରଣ ପ୍ରଦାନ କରିଥିଲେ। ନବ ଦାସ ବକ୍ସିଂ ଏକାଡେମୀର ସଭାପତି ସୁଦର୍ଶନ ସାହୁ, ସହଯୋଗୀ ସମ୍ପାଦକ ଏସ୍.କେ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ବକ୍ସିଂ କୌଶଳ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ଦାସ, ଦୀପକ କୁମାର ପରିଡା, ସନ୍ତୋଷ ଭୋଇ, ରାଜା ନାୟକ, ଅନିଲ ଜେନା, ସ୍ମୃତି ରଞ୍ଜନ ସାହୁ, ଲକ୍ଷ୍ମୀଧର ମୁଦୁଲି, ମହେଶ୍ୱର ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *