ବକ୍ସିଂ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ପୁରୀ ୧୯/୭(ଓଡ଼ିଆପୁଅ / ବିଜୟ ପଟ୍ଟନାୟକ) ପୁରୀବକ୍ସିଂ ଏକାଡ଼େମୀର ଛାତ୍ର ସ୍ମାରକ ରଂଜନ ସାହୁ ସର୍ବ ଭାରତୀୟ ଜୁନିୟର ବକ୍ସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗୋହାଟୀ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୬୦ରୁ ୬୩ କିଲୋଗ୍ରାମ ବର୍ଗରେ ଅଂଶ ଗ୍ରହଣ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି। ସ୍ମାରକ ପୁରୀରେ ପହଞ୍ଚିବା ପରେ ଏକଡ଼େମୀ ପକ୍ଷରୁତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜେଲରେଆନ ଠାରୁ ସ୍ମାରକଙ୍କୁ ପାଛୋଟି ନିଆଯିବା ପରେ ଜାଇଗଡ଼ ଯାଗା ସମ୍ମୁଖରେ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୀବକ୍ସିଂ ଏକାଡ଼େମୀର ସଭାପତି ତଥା କୋଚ୍ ସୁଦର୍ଶନ ସାହୁ ସ୍ମାରକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବକ୍ସି ଏକାଡ଼େମୀର ଉପସଭାପତି ପ୍ରମୋଦ କୁମାର ଜେନା, ସମ୍ପାଦକ ସଂଜୟ କୁମାର ଅଗ୍ରୱାଲ, ଅଜିତ ନାୟକ, ଜଗନ୍ନାଥ ରାଉତ ଏବଂଏକାଡ଼େମୀର ସମସ୍ତ ବକ୍ସର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *