ବକ୍ରପାଦ ଅସ୍ତ୍ରୋପଚାର ପିଲାଙ୍କୁ ନୂତନ ଖାଇବା ବାସନସେଟ ପ୍ରଦାନ

କେନ୍ଦ୍ରାପଡା ୧୩/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୁଲ୍ୟରେ ବକ୍ରପାଦ ଅସ୍ତ୍ରୋପଚାର ହୋଇଥିବା ୩୧ଜଣ ପିଲାଙ୍କୁ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରାପଡା ଆକ୍ସିସ ବ୍ୟାଙ୍କ ପ୍ରଦାନ କରିଥିବା ନୂତନ ଖାଇବା ବାସନ ସେଟ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ବଂଟନ କରିଥିଲେ। ବାସନ ସହିତ ବିସ୍କୁଟ ଓ ଚକଲେଟ ମଧ୍ୟ ବଂଟନ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅନୁରୋଧ କ୍ରମେ ଆକ୍ସିସ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟସୁନ୍ଦର ସାମଲ ବ୍ୟାଙ୍କ ପକ୍ଷରୁ ଏହି ବାସନ ସେଟ ଯୋଗାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର ପଣ୍ଡା, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସନ୍ତୋଷ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରତିଦିନ କୈାଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷ ଡାକ୍ତରଖାନା ଆସି ବକ୍ରପାଦ ଅସ୍ତ୍ରୋପଚାର ହୋଇଥିବା ଏହି ପିଲାମାନଙ୍କୁ ଦେଖି ଆଶ୍ରିର୍ବାଦ କରି ସେମାନଙ୍କ ଆରୋଗ୍ୟ କାମନା କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *