କୋରାପୁଟ

ବକ୍ରପାଦର ସଫଳ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ ପ୍ରକ୍ରୀୟା ଶିବିର

କୋରାପୁଟ ; ତା୦୯-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଟାଉନହଲଠାରେ ବକ୍ରପାଦର ସଫଳ ଅସ୍ତ୍ରୋପଚାର ନିମନ୍ତେ ଚିହ୍ନଟ ପ୍ରକ୍ରୀୟା ଶିବିର ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଶିବିରରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ମୁଖ୍ୟ ଅତିଥିଭାବେ ୍ୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଧନେଶ୍ୱର ମହାପାତ୍ର,  ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ବିଭୁ ରଂଜନ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ନିରତାର ଓଲଟପୁରର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁଧାକର ପ୍ରଧାନ ଯୋଗଦେଇ ପରୀକ୍ଷା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଏସଏସଓ ଦିଲିପ କୁମାର ହିଆଲ,  ସୈାଦାମିନୀ ପ୍ରଧାନ, ଡିଡିଆରଓ ଡାକ୍ତର ପି .କିଣ୍ଡୋ,  କନ୍ଧମାଳ ଡିଡିଆରଓ ଅଭୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୬୭ ଜଣ ଶିଶୁଙ୍କର ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୮୪ ଜଣ ଶିଶୁଙ୍କ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡିଛି। ଲମତାପୁଟ ବ୍ଲକ ଖିଲାପୁଟ ଗ୍ରାମର ଜଗନ୍ନାଥ ଖିଲଙ୍କ ଶିଶୁକନ୍ୟା ଜନ୍ମରୁ ବକ୍ରପାଦ ରହିଥିଲା ଓ ଜିଲ୍ଲା ପ୍ରଶାସନର ସହାୟତାରେ ତାର ସଫଳ ଅସ୍ତ୍ରୋପଚାର ହେବାରୁ ସେ ଏବେ ଚାଲି ପାରୁଥିବା ଜଗନ୍ନାଥ ପ୍ରକାଶ କରିଥିଲେ। କୋରାପୁଟଠାରେ ଅସ୍ତ୍ରୋପଚାର କରାଯିବ ଓ ଗୁରୁତର କୁଂ ଓଲଟପୁର ସ୍ଥାନାନ୍ତରିତ କରାଯିବ ବୋଲି ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁଧାକର ପ୍ରଧାନ ସୂଚନା ଦେଇଥିଲେ।ଆସନ୍ତା ମାସ ୧୮,  ୧୯ ଓ ୨୦ ତାରିଖ ଦିନ ଚିହ୍ନଟ ହୋଇଥିବା ଶିଶୁମାନକଂର କୋରାପୁଟଠାରେ ଅସ୍ତ୍ରୋପଚାର କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top