ଜିଲ୍ଲା ପରିକ୍ରମା

ବକେୟା ପାଉଣା ଦାବିରେ ଠିକା ଶ୍ରମିକଙ୍କ ଧାରଣା

ରାଉରକେଲା ୧ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଗତ ୨୦୦୬ ମସିହାରୁ ରେଳବାଇର ଠିକା ଶ୍ରମିକ କର୍ମଚାରୀ ମାନେ ସଫେଇ କାର୍ଯ୍ୟରେ ରେଳବାଇ ଷ୍ଟେସନରେ କାର୍ଯ୍ୟରତ ରହିଛନ୍ତି। ଏହି କାର୍ଯ୍ୟ ଠିକାରେ କୋଲାକାତାର ଜେନେରାଲ ସିକ୍ୟୁରିଟି ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ନିଆଯାଇ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୭୫ ଜଣ ଠିକା ଶ୍ରମିକ କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିବା ବେଳେ, ବହୁ ଦିନ ଧରି ସେମାନଙ୍କ ବକେୟା ଫିଏଫ ଓ ଦରମା ପାଉନଥିବା ଆଜି ସେକ୍ଟର-୫ ସ୍ଥିତ ଆଂଚଳିକ ଉପଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଶ୍ରମିକ ମାନେ ମାଲଗୋଦାମ ୱାସିଙ୍ଗ ଲାଇନରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସିକ୍ୟୁରିଟି ସଂସ୍ଥା ସେମାନଙ୍କୁ ବହୁ ଦିନରୁ ଅବହେଳା କରି ଆସୁଛି ବୋଲି ଶ୍ରମିକ ମାନେ ଅଭିଯୋଗ କରିବା ସହ ଉପଶ୍ରମ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯେଉଁ ଶ୍ରମିକ ମାନଙ୍କ ପିଏଫ ଟଙ୍କା ବାକି ରହିଛି, ସେମାନେ ଉକ୍ତ ଠିକା କମ୍ପାନୀକୁ ବାରମ୍ବାର କହୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିବା ପ୍ରକାଶ। ଉକ୍ତ ସଂସ୍ଥାର ମାଲିକ ଅବିନାଶ ବାନାର୍ଜି ଓ ସୁପରଭାଇଜର ସପନ ଚାର୍ଟାର୍ଜୀଙ୍କ କୌଣସି ପତ୍ତା ମିଳିପାରୁ ନାହିଁ ବୋଲି ଠିକା ସଫେଇ କର୍ମଚାରୀ ମାନେ ପ୍ରକାଶ କରିଥିଲେ। ସମସ୍ତ ବିଷୟରେ ଅବଗତ ହେବା ପରେ ଉପଶ୍ରମ ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଧାରଣାରେ ସଫେଇ କର୍ମଚାରୀ ମାନଙ୍କ ମଧ୍ୟରେ ସୁରେଶ ନାଗେଶ୍ୱର, ଲକ୍ଷ୍ମଣ ନାଗ, ସୁରେଶ ନାଗ, ଜେ. ଶେଖର ରାଓ, ପ୍ରକାଶ ବାଗଚି, ଏସ.ଏସ. ପ୍ରଧାନ, ରାଜେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top