ଅନୁଗୁଳ

ବକେୟା ଅର୍ଥ ପ୍ରଦାନ ଦାବି ନେଇ ତାଳଚେର ବ୍ଲକ ଅଙ୍ଗନୱାଡି କର୍ମୀଙ୍କ ଧାରଣା

ତାଳଚେର, ୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନିଖିଳ ଓଡ଼ିଶା ଅଙ୍ଗନୱାଡି ସଂଘ, ତାଳଚେର ବ୍ଲକ ତରଫରୁ ବକେୟା ଅର୍ଥ ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ଆଜି ତାଳଚେର ସିଡିପିଓଙ୍କ ଅଫିସ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ଅଙ୍ଗନୱାଡି କର୍ମୀଙ୍କ ଅଭିଯୋଗ ମୁତାବକ ସେମାନେ ନିଜସ୍ୱ ଖର୍ଚ୍ଚରେ ନଭେମ୍ବର ଗତ ୨୦୦୯ରୁ ୨୦୧୧ ମସିହା ମଧ୍ୟରେ ୧୭ମାସର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। କିନ୍ତୁ ସେମାନଙ୍କୁ ଜଳଖିଆ ଓ ରନ୍ଧନ ବାବଦ ଦେୟ ଅଦ୍ୟାବଧି ପ୍ରଦାନ କରାଯାଇନାହିଁ। ଉକ୍ତ ଦେୟ ପ୍ରଦାନ ପାଇଁ ସଂଘ ତରଫରୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏହା ପ୍ରଦାନ ପାଇଁ ପ୍ରତିଶୃତି ଦେଇ ପ୍ରଦାନ କରୁନାହାନ୍ତି। ତେଣୁ ଅନ୍ୟ ଉପାୟ ନପାଇ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଡାକରା ଦିଆଯାଇଥିଲା। ଏଥିରେ ତାଳଚେର ବ୍ଲକର ୫ଶହରୁ ଉର୍ଦ୍ଧ୍ୱ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସାମିଲ ହୋଇ ସ୍ଥାନୀୟ ପ୍ରଜାମଣ୍ଡଳ ଭବନଠାରୁ ଏକ ଶୋଭାଯାତ୍ରାରେ ଆସି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଧାରଣା ଦେଇଥିଲେ। ଏହାପରେ ବ୍ଲକ ସଭାନେତ୍ରୀ ପୁଷ୍ପାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା ଯୋଗ ଦେଇ ଅଙ୍ଗନୱାଡି କର୍ମୀଙ୍କର ସମସ୍ତ ବକେୟା ଦେୟ ତୁରନ୍ତ ପ୍ରଦାନ ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ଟି.ୟୁ.ସି. ନେତା ଦେବାଶିଷ ଘୋଷ, ବିଧାୟକଙ୍କ ପ୍ରତିନିଧି ମୁରଲୀଧର ସାହୁ, ସଂଘର ନେତା ବିଜୟ ଦେବତା, ସଂଯୁକ୍ତା ପାଢ଼ୀ, ମିନତୀ ଶତପଥି, ବିଜୟିନୀ ଆଚାର୍ଯ୍ୟ, ଜ୍ୟୋତ୍ସ୍ନାମୟୀ ଗଡନାୟକ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସୂଚନାପାଇ ତାଳଚେର ସହକାରୀ ଜିଲ୍ଲାପାଳ ଗୌରୀ ନାଏକ ଧାରଣାସ୍ଥଳକୁ ଆସି ଆଗାମୀ ୪ ତାରିଖ ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ବିଡିଓ, ବିଧାୟକ ଏବଂ ସଂଘର ପ୍ରତିନିଧିଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top