ବଇଁଚାରେ ସ୍ୱେଛାକୃତ ରକ୍ତଦାନ ଶିବିର, ୧୦୦ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କରଞମାଳ ପଂଚାୟତସ୍ଥ ବଇଁଚା ରେଡକ୍ରସ ଠାରେ ପ୍ରତିବର୍ଷ ପରି ଏ ବର୍ଷ ମା ମନସା ଫ୍ରେଣ୍ଡସ କ୍ଲବ ତରଫରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଚାନ୍ଦବାଲି ପଂଚାୟତ ସମିତିର ପୁର୍ବତନ ଉପାଧ୍ୟକ୍ଷ ବାବୁଲି ବେହୁରା ଏବଂ ସମାଜସେବୀ ହୃଶିକେଶ ମଣ୍ଡଳ ଆନୁଷ୍ଠାନିକ ଭାବରେ ଉଦଘାଟ ନ କରିଥିଲେ। ଏହି ଶିବିରରେ ପ୍ରଥମେ ବାବୁଲି ବେହୁରା ସ୍ୱେଛାକୃତ ଭାବରେ ରକ୍ତଦାନ କରିବା ପରେ ଏହି ଶିବିରରେ ଶେଷ ସମୟ ପର୍ଯ୍ୟନ୍ତ ୧୦୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମୟ ଅଭାବରୁ ୫୦ଜଣ ସ୍ୱେଛାସେବୀ ରକ୍ତଦାନ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ ସଂଗୃହୀତ ହୋଇଥିବା ରକ୍ତ ଖରାପ ହୋଇଯିବା ଆଶଙ୍କାରେ ମେଡିକାଲ ୟୁନିଟ ଆଉ ରକ୍ତ ସଂଗ୍ରହ କରି ପାରି ନଥିଲେ। ଆଜିର ଏହି ରକ୍ତଦାନ ଶିବିରରେ କ୍ଲବ ପକ୍ଷରୁ କ୍ଲବର ସଭାପତି ମାନିକ ମଣ୍ଡଳ, ସଂପାଦକ ନିମାଇ ଦାସ, ଓାର୍ଡ ସଭ୍ୟା ସୁଭଦ୍ରା ମଣ୍ଡଳ, ପଂଚାୟତ ସମିତିସଭ୍ୟା ସପନ ମଳିକ, ବଇଁଚା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ପଣ୍ଡା, ସ୍ୱାସ୍ଥ୍ୟକେନ୍ଦ୍ରର ଡା.ମାନସ, ଅଶାନ୍ତ ନାୟକ, ପ୍ରଦୀପ ମଣ୍ଡଳ, ଦିପକ କୁମାର ଦାସ, ସୌରଣ ମଣ୍ଡଳ, ନିର୍ମଳ ମଣ୍ଡଳ, ମାନସ ମଣ୍ଡଳ, ସୁବ୍ରତ ମଣ୍ଡଳ, ଦିପକ ମଣ୍ଡଳ, ପ୍ରଶାନ୍ତ ଦାସ, ବିକାଶ ମଣ୍ଡଳ, ଅନିଲ ମଣ୍ଡଳ, ପୁଲିନ ମଣ୍ଡଳ, ସୁଧାଂଶୁ ଦୁଆରୀ, ବିଜୟଶ୍ରୀ ମଣ୍ଡଳ ଏବଂ ରାଜେଶ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ଭଦ୍ରକ ବ୍ଲଡ ବ୍ୟାଙ୍କର ଡା. ମନୋଜ କୁମାର ମିଶ୍ର, ସାଧୁ ଶୁଦନ ବେହେରା, ଆଦିକନ୍ଦ ଦାସ, ରୂପକ କୁମାର ସେନାପତି, ବିଶୁଦ୍ଧ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *