ଓଡ଼ିଶା

ବଂଶାନୁକ୍ରମିକ ସେବା ଆଇନ ଦ୍ୱାରା ରଦ୍ଦ ହେବା ଉଚିତ୍ ନୁହେଁ

ପୁରୀ:୨୮/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀଜଗନ୍ନାଥ ଓ ସଂସ୍କୃତି ବିରୁଦ୍ଧରେ ଏକ ଷନଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଶ୍ରୀମନ୍ଦିର ଆଇନ ଧାରା ୧୫ ଅନୁଯାୟୀ ବଂଶାନୁକ୍ରମିକ ସେବା ଅନୁସାରେ ମନ୍ଦିରରେ ସେବା ହେବ। ଏହି ଆଇନ ସଂପର୍କରେ କହି ସୁପ୍ରିମକୋର୍ଟଙ୍କୁ ଅବମତ କରାଇ ନାହାନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଇନକୁ ରଦ୍ଦ କରନ୍ତୁ। ସରକାର ଏଥି ପାଇଁ ବିଧାନ ସଭାରେ ଆମେଣ୍ଡମେଣ୍ଟ କରନ୍ତୁ ଏବଂ ତୁରନ୍ତ ଆଡ଼ଭୋକେଟ ଜେନେରାଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାକଲ କରିବାକୁ ଶ୍ରୀମହାପାତ୍ର ପରାମର୍ଶ ନେଇଛନ୍ତି। ଏହାର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ଏ ସଂପର୍କରେ କୌଣସି ଆଦେଶ ଦେଇ ନାହାନ୍ତି କେବଳ ମତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ଜଣେ ବ୍ୟକ୍ତି ଓଡ଼ିଶା ଆସି ଏ ସଂପର୍କରେ ଆଲୋଚନା କରୁଛନ୍ତି। ଆଲୋଚନା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଶ୍ରୀଜେନା ଦର୍ଶାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top