ବଂଚିରହିଛି ସ୍ୱାଧିନତା ସଂଗ୍ରାମୀଙ୍କର ସ୍ୱର

ବଙ୍ଗୋମୁଣ୍ଡା ୦୫ ଜୁନ / (ଓଡିଆ ପୁଅ / ଜଗଦୀଶ ସୁନା) “ମହାତ୍ମା ଗାନ୍ଧୀ କୀ ଜୟ, ଭାରତ ମାତା କି ଜୟ, ସ୍ୱାଧିନ ଭାରତ କି ଜୟ” ଏହିପରି ଭାବରେ ଆନ୍ଦୋଳନ କାରିଙ୍କ ଆଗ ଧାଡିରେ ରହି ସ୍ଲୋଗାନ ଦେଇ ନେତୃତ୍ୱ ନେଉଥିବା ବ୍ୟକ୍ତି ହେଲେ ବରଗଡ ଜିଲ୍ଲା ପାନିମୋରା ଗାଁର ଏବେ ବଂଚି ରହିଥିବା ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାୟକ। ବୟସ ବର୍ତ୍ତମାନ ୯୪। ୧୯୨୬-୧-୧୭ରେ ମୋର ଜନ୍ମ ବୋଲି କହି ବସୁଥିବା ସେହି ସଂଗ୍ରାମୀ ନାୟକ। ବାର୍ଦ୍ଧକ୍ୟ ହୋଇ ଗଲେଣି ସତ, କିନ୍ତୁ ଅଣ୍ଟା ପଡି ନାହିଁ ଲମ୍ବା ଚଉଡା ବୃଦ୍ଧ। ଚାଲି ପାରୁଛି, ସ୍ପଷ୍ଟ ଭାବେ କଥା କହି ପାରୁଛି ହେଲେ କଥା ହେଲା ସମୟରେ ବୟସ ଅନୁପାତ ଯୋଗୁଁ ଥକି ପଡୁଛନ୍ତି। ବେଶି କଥା ହୋଇ ପାରୁନାହିଁ, ଯାହା ମନକୁ ସ୍ମରଣ କରି ଆସିଲା ସେହି ସମୟର କଥା କହି ବସନ୍ତି। କିନ୍ତୁ କଥା ଟାଣ, ଯାହା କହନ୍ତି ଉଚ୍ଚ ସ୍ୱରରେ, ଟାଣ ଭଳି ସ୍ପଷ୍ଟ, କିନ୍ତୁ ବେଶି କଥା ହୋଇ ପାରୁନାହିଁ। ଶକ୍ତି ପାଉନାହିଁ, ମୁଖ୍ୟ କଥା ହେଲା ବର୍ତ୍ତମାନ ଶୁଣି ପାରୁ ନାହାନ୍ତି। କିଏ ଯଦି ତା’କାନ ସମ୍ମୁଖରେ କୁହାଯାଏ ତେବେ ଶୁଣି ପାରନ୍ତି ଓ ତା’ର ଉତ୍ତର ଗମ୍ଭୀର ଭାବରେ ସ୍ପଷ୍ଟ ସହ ଦୁଇ ତିନି ଧାଡି ଯୋର୍ରେ କହି ବସନ୍ତି। ପୁଣି ଚୁପ୍ ହୋଇ ଥକି ଯାଆନ୍ତି।

ମୁଣ୍ଡରେ ଧଳା ଗାନ୍ଧୀ ଟୋପି ଓ ବନିଆନ ଖଦି କପଡା ତାଙ୍କର ଆଜିଯାଏ ପ୍ରିୟ ହୋଇ ରହିଥିବା ସାଙ୍ଗକୁ ତାଙ୍କ ଦେହରେ ଶୋଭା ପାଉଅଛି। ତାଙ୍କ ଫଟୋ ନେଲେ ସେହି ଗାନ୍ଧୀ ପକଡି ଓ ବାନିଆନ ବେଶ ହେଲେ ଯାଇ ଫଟୋ ନେବାକୁ କହି ବସନ୍ତି। ତାଙ୍କ ନିଜସ୍ୱ ବାଣୀ “ଉଣେଇଶହ ଏକ ଶତର ମୋର ଜନମ ଏ। ମୋର ବିଷୟ…. ଗାନ୍ଧୀଜୀ ୧୯୪୫ରେ ଭାରତଛାଡ କଲେ ଯେ, ସେଥି ଆମର୍ ଗାଁର୍ ନୁ ଆଗରୁ ନୁ ମାତି ଯାଇଥିଲୁଁ। ତିରିଶରେ ଏକତିରିଶ୍ ଶହ କେନ୍ଦ୍ର କଲେ, ଚାଲିସ୍ରେ ଗୋଟିଏ ସତ୍ୟାଗ୍ରହରେ, ବୟାଲିସ୍ରେ ଆମେ କଲୁଁ। ମାତି ଯାଇଥିଲେ ଗାଁ ଯାକେ ସେ ସାଙ୍ଗେ ସେ ସମୟର୍ ତି ମୋତେ ସତର ବର୍ଷ ହେଉଥିଲା। ମୋତେ ଘର୍ ଲୋକେ ମନା କଲେ, ଗାଁ ଲୋକେ ବି ମନା କଲେ, ବାବୁ ସାନ୍ ଅଛି, ନେଇ ଯା, ବେଳେ ନେଇ ମୁଇଁ ଯିମି ବୋଲି କହିଲି ଗଲିଁ। ସେନୁ ଆର୍ ବି ନଅ ଲୋକ୍ ଥିଲେ, ମୁଇଁ ମିଶି କରି ଦଶ୍ ଲୋକ, ଦଶ୍ରୁ ଇଟା ସେ ବାଲ୍ଟିକ୍ରା ଫକିର ବେହେରା ଘର୍ନୁ ଆମ୍କୁ ଟ୍ରେନିଂ ଦେଲେ, ତମେ ଚାଲି ଚାଲି ଯିବ ଏସ୍.ଡି.ଓ କୋଟ କେ ତିନି ଲୋକ ଘେରାବ, ବଜାର ପିକେଟିଂ ନଅ ଲୋକ୍ କର୍ବ, ତିନି ଲୋକ୍ କଂଗ୍ରେସ ଅଫିସ୍ ଥି ତାଲା ସରକାର୍ ଜବତ କରିଥିଲେ ଯେ ଭାଙ୍ଗବ ବଲଲେ, ସେନେକେ ତିନ୍ ଲୋଗ୍ ଗଲେ, ଆମେ ବଜାର ପିକେଟିଂ କଲୁଁ। ଦଶ୍ ଲୋକ୍କୁ ସେଦିନ ସେ ସମୟରେ ଧିରେନ୍ ମଜୁମ୍ଦାର ବୋଲି କରି ଗୋଟିଏ ବଙ୍ଗାଲି ଲୋକଟି ଥିଲା। ଏସ୍.ଡି.ଓ. ସେ ଏରେଷ୍ଟ କଲା, ଏରେଷ୍ଟ କଲା ଆରୁ ପହିଲା ସେ କଚିରିକୁ ନେଲା, କଚିରିନୁ ବେଲାତକ୍ ରଖ୍ଲା, ବେଲାନୁ ରଖିସାର୍ଲା ଯେ ଖାଏବାର୍କେ ଦୁରା ଦେଲା, ସେନୁ ଟିକେ ଟିକେ ଅନ୍ଧାର୍ ହେଇ ବସ୍ଲାକେ କଚିରିନୁ ଚାଲି ଚାରି ଜେଲ୍ ଖାନାକେ ନେଲା, ତାର୍ ଆର୍ଦିନ ସକାଳେ ଆମ୍କୁ ସଜା ହେଲା। ଏସ୍.ଡି.ଓ ଯାଇଥିଲା। ବର୍ଗଡ୍ ରୁ ଅନେକ୍ ଲୋକ ଫକିର୍ ବେହେରା, ଗଙ୍ଗାଧର ସରାଫ୍ (ସୁନାରୀ ଲୋକ୍ ଥିଲେ), ଏମାନେ ଯାଆନ୍, କଥା ବାର୍ତ୍ତା ହୁଅନ୍। ଆର୍ ନେଇ କହି ପାରେଁ ବାବୁ’ ସୋର୍ ଆର୍ ହେବା ବାବୁ, ୯୪ ବର୍ଷ ହେଲା, ୯୪ ବର୍ଷର୍ କଥାକେ ତମେ ହେଲେ କହତ’ ସୋର୍ କରିହେବା। ଆମେ ସାନ୍ ସାନ୍ ଥିଲା ବେଲ୍କେ ଇ ଗାଁତି (ପାନିମୋରା) ବି ଖପର୍ ଘର୍ ନେଇର୍ଥି। ସବୁ ଛେନ୍ ପୁଆଲ୍ ଛେନ୍।”

ପୁଣି କହନ୍ତି ଏହି ଗାଁର ଦିବ୍ୟ ଶଙ୍କର ସାହୁ ସେତେବେଳେ ଗାଁ ଗାଁ କୁ ଯାଇ ଚାରିଆଡେ ବୁଲି ଖବର ଦେଉଥିଲେ। ତାହା ଜାଣି ସେମାନେ ସଭା ସମିତିକୁ ଯାଇଥିଲେ। ଗାନ୍ଧୀ ଡାକରାରେ ଗାଁରେ ଥିବା ୪୨ ଜଣ ବରଗଡ ଯାଇଥିଲେ, ସେଠାରେ ସ୍ଲୋଗାନ ଦେବା ପାଇଁ କୁହାଯାଉଥିଲା ଦୟାନିଧି ନାୟକଙ୍କୁ ଓ ପିକେଟିଂ ମଧ୍ୟ କରି ବସୁଥିଲେ ଏବଂ ସ୍ଲୋଗାନ ଦେଇ ଆଗକୁ ଯାଉଥିଲେ ଅତି ସୁନ୍ଦର ଓ ଭାବ ବେଗ ସହ। ବରଗଡର କଂସଙ୍କ ରଙ୍ଗମଂଚ ସ୍ଥାନରେ ଥିବା ବଜାର ବସିବା ସ୍ଥାନରେ ସଭା କରାଯାଉଥିବା କହୁଥିଲେ। ଗାଁର ୪୨ଜଣ ସେଠାକୁ ଯାଇଥିଲୁ। କଂସର ରଙ୍ଗମଂଚ ସ୍ଥାନରୁ ସଭା ସମିତି ଆରମ୍ଭ କରାଯାଉଥିଲା। ଆମର ଦେଶ୍ ଆମେ ଚଲାଇବୁ ବୋଲି ଏମାନେ କହିଥିଲେ। ସେହି ସମୟରେ ଧିରେନ୍ ମଜୁନ୍ଦାର ବଙ୍ଗାଲି ଲୋକ ଏସ୍.ଡି.ଓ. ଥିଲେ। ସେ ଯେଉଁ ଝୀଅକୁ ବାହା ହୋଇଥିଲେ ସେ କଂଗ୍ରେସ ମନୋବୃତ୍ତିର ଥିଲା। ଯୁଗେଶ୍ୱର ଜେନା ଏ ଇନ୍ଦ୍ରଜିତ ପ୍ରଧାନ ଦୁଇଜଣ ନାବାଳକଙ୍କୁ ଗିରଫ କରି ନେଇଥିବା ବେଳେ ତାଙ୍କ ସ୍ତ୍ରୀ ମନା କରି କହିଥିଲେ ଛାଡି ଦେବା ପାଇଁ। ଛୋଟ ପିଲା ମାନଙ୍କୁ କାହିଁକି ଗିରଫ କରି ଆଣିଛ ବୋଲି କହିଥିଲେ। ସେ ବେଳେ ବେଳେ ଅଟକି ଅଟକି ଯାହା ନିଜ ମନକୁ ସ୍ମରଣ ହୁଏ ସେ କହୁଥାଏ। ନଚେତ୍ ଚୁପ୍ ହୋଇ ଶୁଣିନପାରି ଡୁକ୍ ଡୁକ୍ ହୋଇ ଦେଖୁଥିଲେ। ସେ ଭଳ ଭାବରେ ଯଦି ଶୁଣୁ ଥାନ୍ତେ ତାହା ହେଲେ ଅତ୍ୟଧିକ ଭଳଭାବେ କହି ପାରନ୍ତେ। ପୁଣି ତାଙ୍କୁ ସେହି ସମୟର କଥା ମନେ ପଡୁ ନାହିଁ, ତା ସ୍ୱରରେ କିଛି କିଛି କହୁଥିଲେ ୯୪ ବର୍ଷର ସୋର୍ହେବା, ଆଗର୍ କଥା ମନେ ହେବା। ଧିରେ ଧିରେ ତାଙ୍କର ସ୍ମରଣ ମଧ୍ୟ ହ୍ରାସ ହୋଇ ଯାଉଛି। କିନ୍ତୁ ଭଳ ଭାବରେ ଲୋକ ମାନଙ୍କୁ ଦେଖିପାରୁଛି, ଚାଲି ପାରୁଛି ଓ ଆଶ୍ଚର୍ଯ୍ୟର କଥା ସମ୍ବାଦ ପତ୍ରିକା ମଧ୍ୟ ପଢି ପାରୁଛି ଆଖିରେ ଚଷମା ନ ଲଗାଇ। ବରଗଡରେ ସଭା ସମିତି ସହ ପିକେଟିଂ ଇଂରେଜ ବିରୁଦ୍ଧରେ କରାଯାଉଥିବାରୁ ସେମାନଙ୍କୁ ଗିରଫ କରି ନିଆଯାଇଥିଲା। ବରଗଡରୁ ସମ୍ବଲପୁର ଚାଲି ଚାଲି ଯାଇଥିଲେ। ଏସ୍.ଡି.ଓ ସେମାନଙ୍କୁ ଗିରଫ କରି କଚେରିକୁ ନେଇଥିଲେ ହାତକଡି ସହ। ସେଠାରେ ଚୁଡା ଓ ଗୁଡ ଖାଇବାକୁ ଦେଇଥିଲେ। ସେ ସମୟରେ ପାନିମୋରା ଗାଁ ଠାରୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ଯାଇଥିଲେ ଏହି ଗାଁର ୪୨ ଜଣ। ସେମାନଙ୍କ ମଧ୍ୟରୁ ୧୧ ଜଣ ନାବାଳକ ଥିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା। ପୁଣି ୩୨ ଜଣ ରହିଥିଲେ। ଦୟାନିଧିଙ୍କୁ ସେ ସମୟରେ ୯ ମାସ ଜେଲ୍ରେ ସଜା କାଟିବାକୁ ପଡିଥିଲା। ସେହି ୩୨ ଜଣଙ୍କ ଭିତରୁ କାହାକୁ ମାସେ ତ କାହାକୁ ଦୁଇମାସ ଏମିତି କରି ସଜା କାଟିବାକୁ ପଡିଥିଲା। ଆନ୍ଦୋଳନରେ ଯୋଗ ଦେବା ୧୯୧୭ ମସିହା ଠାରୁ ଆରମ୍ଭ ହୋଇଥିଲା। ସେ କହନ୍ତି ପୁଣି ଭଳ ଶିକ୍ଷିତ ଲୋକ୍ ଗୁଟେ କହିଛନ୍ “୩୩ ବର୍ଷ ହେଲେ ୫୦ ହେବା, ୫୦ କେ ଅସତିଆ ଯୁଗ୍ ଯାଇ ସତ୍ୟା ଯୁଗ୍ ଆରମ୍ଭ ହେବା, ଜେନ୍ ମାନେ ଜିଁ ଛନ୍ ସେ ଜାନ୍ବେ” ବୋଲି କହନ୍ତି। ପୁଣି କହି ବସନ୍ତି ୧୯୪୦ ମସିହାରେ ଏକ୍ଟିଭ୍ ସତ୍ୟାଗ୍ରହ କରିଥିଲେ। ସେଠାକୁ ୧୪ ଜଣ ଯାଇଥିଲେ ଗାନ୍ଧୀଙ୍କ ଡାକରାରେ।


“ଯାହା ଲେଖୁଛନ୍ ଇଛନ୍ କିଛି ମୂଲ୍ୟ ନାହିଁ, ବିଜେପି ଟଙ୍କା ବଳରେ କରୁଛନ୍” ଜହ ଦିନ୍ ହି ଗଲାନ ସୋର୍ ନାଇ ପଡ୍ବାର, କେନ୍ ଦିନେ କେନ୍ ସାଲେ କାଁଟା କରିଛନ୍ ଲେଖିଛେ ବି ଯେ, ୪୨ ସାଲେ ଜେଲ୍ ଗଲା ବେଲ୍କେ ମୋତେ ୧୭ ବରଷ୍ ହେଉଥିଲା। ନେଇଁ ସୁଭ୍ବାର୍ କେଁ କରମି। ଏହା ହେଉଛି ତାଙ୍କ ମୁହଁରୁ ବାହାରୁଥିବା ବାଣି। ସେ ବରଗଡ ଜିଲ୍ଲା ପାନିମୋରା ଗାଁରେ ଏବେବି ସ୍ୱାଧିନତା ସଂଗ୍ରାମି ଦୁଇଜଣ ଜିବୀତ ହୋଇ ରହିଛନ୍ତି। ସେମାନଙ୍କ ସ୍ୱର ଏବେ ଯାଏଁ ଗାଁରେ ବିରତ୍ୱର ସହ ଶୋଭା ପାଉଅଛି ଓ ଚତୁଃପାଶ୍ୱର୍ରେ ଗୁଂଜି ଉଠୁଛି। ସେହି ଐତିହାସିକ ପାନିମୋରା ଗାଁରେ ଅନ୍ୟ ଜଣେ ସ୍ୱାଧିନତା ସଂଗ୍ରାମୀ ହେଲେ ଜିତେନ୍ଦ୍ର ପ୍ରଧାନ। ଦୁଇଜଣ ଜିବିତ ଅଛନ୍ତି। ବର୍ତ୍ତମାନ ତାଙ୍କୁ ୯୪ ବର୍ଷ ହେଉଛି। ସେ ମଧ୍ୟ କାନରେ ଶୁଣି ପାରୁ ନାହିଁ। ଏମାନେ ଦଳ ଦଳ ହୋଇ ଆନ୍ଦୋଳନରେ ଯାଉଥିଲେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଜିତେନ୍ଦ୍ର କହି ବସନ୍ତି, ୪୨ ସାଲେ ଭାରତ୍ ଆନ୍ଦୋଳନ ସମୟରେ ତାଙ୍କ ସହ ତିନି ଜଣ ଯାଇଥିଲେ। ଚମରୁ ପ୍ରଡିଆ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବର୍ତ୍ତମାନ ଜିବିତ ଥିବା ଜିତେନ୍ଦ୍ର ପ୍ରଧାନ। ଏମାନେ ବରଗଡ କୋଟ ଦଖଲ ବା କଚେରି ଦଖଲ କରିଥିବା ସମୟରେ ଏହି ତିନିଜଣ ଭିନ୍ନ ଭିନ୍ନ ରୁପରେ କାମ କରିଥିଲେ। ସେ ବିଷୟରେ ଜିତେନ୍ଦ୍ର କହି ବସନ୍ତି ଅର୍ଦଲି ହୋଇ ଅର୍ଜି ୱାର୍ଡକୁ ଯାଇ ଡାକିଥିଲେ ଜିତେନ୍ଦ୍ର ପ୍ରଧାନ, ସେ ସମୟରେ ତାଙ୍କୁ ହେପ୍କା ମାରି ଭିତର୍ କେ ନିଆ ଯାଇଥିଲା। ଏହାପରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୋର୍ଟରେ ଥିବା ପେପର୍କୁ ଛଡାଇ ନେଇଥିଲେ। କୋର୍ଟ ଆମର୍ ଏ, ବିଲାତର୍ ଲୋକ ବିଲାତ୍ କେ ଯାଅ, ଆମର୍ କାମ୍ ଆମେ କର୍ମୁ ବୋଲି ମାଜିଷ୍ଟ୍ରେଟ ସିଟ୍ରେ ବସି କହିଲା ଚମରୁ ପ୍ରଡିଆ। ଏପରି ଭାବେ ଲଢି ଥିଲେ ଏହି ତିନିଜଣ। ସେମାନଙ୍କୁ ଗିରଫ୍କରି ଜେଲ୍କୁ ନିଆଯାଇଥିଲା। ଜେଲ୍ରେ ଜିତେନ୍ଦ୍ର ପ୍ରଧାନ ୬ ମାସ ରହିଥିବା ବେଳେ ଅନ୍ୟ ମାନେ କିଏ ମାସେ ରହିଲା ତ କିଏ ଦୁଇମାସ। ଏମିତି କରି ସଜା କାଟିବାକୁ ପଡିଥିଲା।


ଦୟାନିଧି ନାୟକ ଓ ଜିତେନ୍ଦ୍ର ପ୍ରଧାନ, ଏହି ଦୁଇଜଣ ସ୍ୱାଧିନତା ସଂଗ୍ରାମୀ ପାଠପଢାରେ କମ୍ ଥିଲେ ମଧ୍ୟ ବିବେକ ଓ ନୈତିକତା ପ୍ରଗାଢ ଥିଲା। ସେ ସମୟରେ ଜିତେନ୍ଦ୍ର ପ୍ରଧାନ ପ୍ରଥମରୁ ଦ୍ୱିତୀୟ ଜାଏ ପାଠ ପଢିଥିବା ବେଳେ ଦୟାନିଧି କିନ୍ତୁ ପଂଚମ ଯାଏ ପାଠ ପଢିଥିଲେ। ପୁଣି ଦୟାନିଧି କହି ବସନ୍ତି, “ଇହାଦେ ଗାନ୍ଧୀବାଦ୍ ଅଛେ କେଁ, ଇହାଦେ ଦୁର୍ନିତି ପଶି ଗଲାନ”। ୪୨ ସାଲ୍ ସମୟରେ ଦିବ୍ୟଶଙ୍କର ସାହୁ ଉପଦେଷ୍ଟା, ଶ୍ୟାମ ସୁନ୍ଦର ସାହୁ ସଭାପତି, ଲକ୍ଷ୍ମୀନାରାୟଣ ମିଶ୍ର ସମ୍ବଲ୍ପୁରର, ଦୟାନିଧି ଶତପଥି ବରଗଡ, ଭାଗରଥି ପଟ୍ଟନାୟକ ବରପାଲି ଏମାନେ ଆସୁଥିଲେ ପାନିମୋରା ଗାଁକୁ ଓ ସଭା ସମିତି କରୁଥିଲେ। ସେମାନଙ୍କ ଠାରୁ ଆମ୍ଭେ ମାନେ ପ୍ରେରଣା ପାଉଥିଲୁ। ଏବଂ ସେମାନଙ୍କ କଥାରେ ପଡି ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେଉଥିଲେ ବୋଲି ଦିବ୍ୟସୁନ୍ଦରଙ୍କ ନାତି ଅକୁର ସାହୁ କହି ବସନ୍ତି।


ଐତିହାସିକ ଭୌଗୋଳିକ ସ୍ଥିତିକୁ ଦେଖିବାକୁ ଗଲେ ସେହି ଗାଁରେ କୁଲଥା ସଂପ୍ରଦାୟର ଲୋକ ଚାଷବାସ ଉପରେ ନିର୍ଭର କରି ବସତି ସ୍ଥାପନ କରନ୍ତି। ଆଠଗୋଟି ୱାର୍ଡ ପାନିମୋରା ଗାଁ ରେ। ମହାତ୍ମା ଗାନ୍ଧୀ ସମ୍ବଲପୁର ପର୍ଯ୍ୟନ୍ତ ଆସିଥିଲେ। ପ୍ରଚାର ହୁଏ, ପ୍ରଚାର କରନ, ଆମେ ଜାଣିଛୁଁ ଇଛେନ୍ ଲୁକାଛୁପା ହୁଏ। ସେହି ସମୟରେ ପୋଲିସ୍ର ଲାଲ୍ ରଙ୍ଗର୍ ଟୋପିକୁ ଗାଁ ଲୋକେ ବହୁତ୍ ଡରୁଥିଲେ। ଗାଁ ମାନଙ୍କରେ ସଭା ସମିତି ହେଲେ ଲାଲ୍ଟୋପି ଧାରି ପୋଲିସ୍ ମାନେ ଜଗି ଆସୁଥିଲେ। ଏ ସଂଗ୍ରାମୀ ମାନେ ସେମାନଙ୍କୁ ନ ଡରିବା ପାଇଁ ଲୋକ ମାନଙ୍କୁ ଉତ୍ସାହ କରୁଥିଲେ। ବର୍ତ୍ତମାନ ଦୟାନିଧି ନାୟକ ଓ ଜିତେନ୍ଦ୍ର ପ୍ରଧାନ ଜିଲ୍ଲା ପ୍ରଶାସନ ଠାରୁ ସ୍ୱାଧିନତା ସଂଗ୍ରାମୀ ହିସାବରେ ମାସିକ ୩୩ରୁ ୩୪ ହଜାର ଟଙ୍କା ପାଆନ୍ତି। ଦଆନିଧିଙ୍କ ଝୀଅ କେବଳ ଗୋଟିଏ ସ୍ୱରୁପା ନାଏକ। ତାଙ୍କୁ ବାହା ଦେଇ ନାତି ନାତୁଣି ଦେଖି ସାରିଲେଣି। ସୂଚନା ଯୋଗ୍ୟ ଯେ, ଦୟାନିଧି ଦୁଇଗୋଟି ସ୍ତ୍ରୀ ବାହା ହୋଇଥିଲେ। ପ୍ରଥମ ସ୍ତ୍ରୀ ପାନିମୋରା ଗାଁର ବିନୋଦିନିକୁ ବାହା ହୋଇ ଗର୍ଭବସ୍ତା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ତାଙ୍କୁ ହରାଇଥିଲେ। ପରେ ବାଲିପୁର ଗାଁର ମୁକ୍ତା ନାମକ ଝୀଅକୁ ବାହା ହେବା ଫଳରେ ସୁରୁପା ନାମକ ଗୋଟିଏ ଝୀଅ ଜନ୍ମ ହୋଇଥିଲା। ଅନ୍ୟ ପକ୍ଷେ ଜିତେନ୍ଦ୍ର ପ୍ରଧାନ ବିବାହ ହୋଇଥିଲେ କିନ୍ତୁ ତାଙ୍କ ସ୍ତ୍ରୀ ରୋଗାକ୍ରାନ୍ତ ଦ୍ୱାରା ମୃତ୍ୟୁବରଣ କରିଥିଲେ। ତାଙ୍କର କୌଣସି ପୁଅ ଝୀଅ ହୋଇନଥିଲେ। ବର୍ତ୍ତମାନ ଯଏ ସେ ତାଙ୍କ କାକା ପୁତୁରା ସହ ରହି ଆସୁଛନ୍ତି।

– ଏନ୍ଏଫ୍ଆଇ ଫେଲୋ।

Leave a Reply

Your email address will not be published. Required fields are marked *