ଓଡ଼ିଶା

ଫ‍ିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ରୀତା ବାଦୁଡ଼ିଙ୍କର ପରଲୋକ

ଷ୍ଟାର ଭାରତରେ ପ୍ରସାର‍ିତ ହେଉଥିବା ଶୋ ନ‍ିମକୀ ମୁଖିଆରେ ଦାଦୀ ମା’ ଭୂମିକାରେ ଅଭିନୟ କରୁଥିବା ଖ୍ୟାତନାମା ଅଭିନେତ୍ରୀ ରୀତା ବାଦୁଡ଼ି ଙ୍କର ପରଲୋକ ହୋଇଯାଇଛି ସେ ଗତ ୧୦ ଦିନହେବ ସୁଜୟ ହସ୍ପିଟାଲରେ ଭର୍ତ୍ତିଥିଲେ।

ମୁମ୍ବାଇ ୧୭-୭ (ଓଡ଼ିଆ ପୁଅ) ଗତ ସପ୍ତାକରେ ସବ ଟିଭି ଲୋକପ୍ରିୟ ଶୋ ତାରକ ମେହତାକା ଉଲ୍ଟାଟା ଚସମାରେ ଡ. ହଂସରାଜ ହାତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା କବି କୁମାର ସ୍ୱାଧିନଙ୍କର ପରଲୋକ ହୋଇଯାଇଥିଲା ଏବଂ ଆଜି ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ଖ୍ୟାତନାମା ଅଭିନେତ୍ରୀ ରୀତା ବାଦୁଡ଼ି ମଧ୍ୟ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି। ଆକ୍ଟର ଅମିତ ବହଲ ଏହି ଖବରର ପୁଷ୍ଟି କରିଛନ୍ତି। ଦିନ୍ଦୀ ଏବଂ ଗୁଜରାତୀ ସିନେମାରେ ପ୍ରାୟତଃ ୫୦ଟି ସିନେମା ଏବଂ ଅନେକ ଟିଭି ସୀର‍ିଏଲ୍ସରେ କାମ କରିଥିବା ରୀତା ବାଦୁଡ଼ି ଚଳିତ ଦ‍ିନ ଷ୍ଟା‍ର ଭାରତରେ ପ୍ରସାର‍ିତ ହେଉଥିବା ଶୋ ନ‍ିମକୀ ମୁଖିଆରେ ଦାଦୀ ମା’ର ଭୂମିକାରେ ଅଭିନୟ କରୁଥିଲେ। ନିମକୀ ମୁଖିଆ’ ସିର‍ିଏଲରେ ସେ ଇମରତୀ ଦେବୀର ଭୂମିକାରେ ଅଭିନୟ କରୁଥିଲେ।

ଗତ ୧୦ ଦିନ ହେବ ମୁମ୍ବାଇର ସୁଜୟ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତିଥିଲେ। କୁହାଯାଇପାରେଯେ, କ‍ି ରୀତାଙ୍କର କିଡନୀ ୱିକ ଥିବା କାରଣରୁ ତାଙ୍କୁ ଡାୟାଲିସିସ ପାଇଁ ହସ୍ପିଟାଲ ଯିବାକୁ ପଡ଼ୁଥିଲା। ଗତ ଅନେକ ଦ‍ିନରେ ସେ ଡାୟାଲ‍ିସ‍ିସ କରାଇକରି ଶୁଟ‍ିଙ୍ଗ କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top