ଓଡ଼ିଶା

ଫ୍ରାନ୍ସକୁ ପଛରେ ପକାଇ ଭାରତ ବିଶ୍ଵର ଷଷ୍ଠ ବଡ଼ ଅର୍ଥବ୍ୟବସ୍ଥା ହେଲା

ନୂଆ ଦିଲ୍ଲୀ ୧୨-୭(ଓଡ଼ିଆ ପୁଅ) ବିଶ୍ଵର ଇକୋନୋମୀରେ ଏବେ ଭାରତର ଷଷ୍ଠ ସ୍ଥାନ ଅଛି। ବିଶ୍ଵ ବ୍ୟାଙ୍କ ମୁତାବକ ଭାରତ ଫ୍ରାନ୍ସକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି।

୨୦୩୨ ପର୍ଯ୍ୟନ୍ତ ଭାରତ ବିଶ୍ଵର ତୃତୀୟ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହେବ। ଫ୍ରାନ୍ସକୁ ପଛରେ ପକାଇ ଭାରତ ବିଶ୍ଵର ଇକୋନୋମୀରେ ଷଷ୍ଠ ସ୍ଥାନରେ ଅଛି। ଏହି ସୂଚନା ୱାର୍ଲ୍ଡ ବ୍ୟାଙ୍କର ୨୦୧୭ର ଡାଟା ଅପଡେଟ କରିବାପରେ ସାମନାକୁ ଆସିଛି। ଭାରତର ଜିଡିପି ଗତ ବର୍ଷର ଶେଷରେ ୨.୫୯୭ ଲକ୍ଷ କୋଟି ଡଲାର ହୋଇଛି। ଅପର ପକ୍ଷରେ ଫ୍ରାନ୍ସର ଜିଡିପି ୨.୫୮୨ ଲକ୍ଷ କୋଟି ଡଲାର ରହିଥିଲା। ଅନେକ ମାସର ଖରାପ ପ୍ରଦର୍ଶନ ପରେ ଜୁଲାଇ ୨୦୧୭ ପରେ ଇକୋନୋମୀର ଅବସ୍ଥା ସୁଧୁରିବାକୁ ଲାଗିଲା। ବିଶ୍ଵ ବ୍ୟାଙ୍କର ଅଙ୍କ ଅନୁସାରେ ଭାରତରେ ପ୍ରତି ବ୍ୟକ୍ତିର ଆୟ ଫ୍ରାନ୍ସରେ ୨୦ ଗୁଣରୁ କମ ଅଟେ। ଭାରତର ଜନସଂଖ୍ୟା ୧୩୪ କୋଟି ଥିବା ବେଳେ ଫ୍ରାନ୍ସର ଜନସଂଖ୍ୟା ୬.୭ କୋଟି ଅଟେ। ଭାରତୀୟ ଅର୍ଥବ୍ୟବସ୍ଥା ମୁଖ୍ୟତଃ ଗତ ବର୍ଷ ମ୍ୟାନୁଫ୍ୟାକ୍ଚରିଙ୍ଗ ଏବଂ ଗ୍ରାହକଙ୍କର ଉପଯୋଗ ଉପରେ ଆଧାରିତଥିଲା। ଗତ ବର୍ଷ ବିମୁଦ୍ରାୟନ ଏବଂ ଜିଏସଟିର ପ୍ରଭାବ ମଧ୍ୟ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଥିଲା।

ଭାରତର ବିକାସ ଦର ଗତ ୧୦ ବର୍ଷରେ ଦୁଇଗୁଣ ହୋଇଛି ଚୀନରେ ମାନ୍ଦା ଅବସ୍ଥା ଥିବାରୁ ଭାରତ ଏସିଆର ଶକ୍ତିର ଇଞ୍ଜିନ ବନିବ। ଆଇଏମଏଫ ମୁତାବକ ଭାରତ ଏହି ବର୍ଷ ୭.୪ ପ୍ରତିଶତ ଦରରେ ବିକାସ କରିବ। ଅପର ପକ୍ଷରେ ୨୦୧୯ ରେ ଭାରତର ଜିଡିପି ୭.୮ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ବିଶ୍ଵର ବିକାସ ଦର ଏହି ସମୟରେ ୩.୯ପ୍ରତିଶତ ରହିବ।

ଲଣ୍ଡନର ସେଣ୍ଟର ଫର ଇକୋନମିକ୍ସ ଏବଂ ବିଜନେସ ରିସର୍ଚ କନ୍ସଲଟନ୍ସି ଫାର୍ମ ଗତ ବର୍ଷ କହିଥିଲା କି ଭାରତର ଏହି ବର୍ଷ ଜିଡିପି ମାମଲାରେ ବ୍ରିଟେନ ଏବଂ ଫ୍ରାନ୍ସ ଦୁଇଦେଶକୁ ପଛରେ ଛାଡ଼ି ଦେବ। ଫାର୍ମ ମୁତାବକ ୨୦୩୨ ପର୍ଯ୍ୟନ୍ତ ଭାରତ ବିଶ୍ଵର ତୃତୀୟ ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ବନିବାପାଇଁ ସମ୍ପୂର୍ଣ୍ଣ ମୌକା ଅଛି। ୨୦୧୭ ର ଶେଷ ପର୍ଯ୍ୟନ୍ତ ବ୍ରିଟେନ ୨.୬୨୨ ଲକ୍ଷ କୋଟି ସହିତ ଦୁନିଆର ପଞ୍ଚମ ବଡ଼ ଅର୍ଥବ୍ୟବସ୍ଥା ଥିଲା। ଲିଷ୍ଟରେ ଆମେରିକା ପ୍ରଥମ, ଚୀନ ଦ୍ୱିତୀୟ, ଜାପାନ ତୃତୀୟ ଏବଂ ଜର୍ମାନୀ ଚତୁର୍ଥ ସ୍ଥାନରେ ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top