ଫେସବୁକ ପୋଷ୍ଟକୁ ନେଇ ଡାବୁଗାଁ ବନ୍ଦ

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ହିନ୍ଦୁ ଧର୍ମ ଓ ବ୍ରାହ୍ନଣ ଜାତି ବିରୁଦ୍ଧରେ ଫେସବୁକରେ ପୋଷ୍ଟ କରିଥିବା ଯୁବକଙ୍କ ଗିରଫ ଦାବିରେ ମଙ୍ଗଳବାର ଡାବୁଗାଁ ବନ୍ଦ ପାଳନ କରାଯାଇଛି। ରାଜେଶ ଜାନି ଓରଫ ରାଜେଶ ବାଘ ନାମକ ଯୁବକ ଗତ ୧୦ ଓ ୧୧ତାରିଖରେ ଏଭଳି ପୋଷ୍ଟ ନିଜ ଫେସବୁକ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ। ଏଥିରେ ଡାବୁଗାଁ ଗ୍ରାମବାସୀଙ୍କ ସମେତ ବ୍ରାହ୍ନଣ ସମାଜ ତୀବ୍ର ପ୍ରତିକ୍ରୀୟା ସୃଷ୍ଟିକରି ରାଜେଶଙ୍କ ବିରୁଦ୍ଧରେ ପୃଥକ ପୃଥକ ଏତଲା ଦାୟର କରିଥିଲେ। ଏହାଛଡା ରାଜେଶଙ୍କ ଗିରଫ ଦାବିରେ ଗତ ରବିବାର ଦିନ ଧାରଣା ଓ ରାସ୍ତାରୋକ ପରେ ମଙ୍ଗଳବାର ଡାବୁଗାଁ ବନ୍ଦ ପାଳନ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *