ଜିଲ୍ଲା ପରିକ୍ରମା

ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ପାଇଖାନା ଯୋଜନାରେ ଆସିଥିବା ଅନୁଦାନ ଅର୍ଥର ବିନିଯୋଗ ଠିକଣା ଭାବେ କରାଯାଉନଥିବାରୁ ସ୍ୱଚ୍ଛ ଭାରତ ମିଶନ ଫେଲ୍ ମାରିଛି। ପ୍ରତି ଘରେ ଗୋଟିଏ ପାଇଖାନା ବସାଇବା ପାଇଁ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଅର୍ଥ ଓ ଜିଲାକୁ ଦିଆଯାଇଥିବା ପାଇଖାନା ନିର୍ମାଣ ଟାର୍ଗେଟ୍ ପୂରଣ ହେବାରେ ଅହେତୁକ ବିଳମ୍ବ ହୋଇଛି। ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଏରେଇ ପଞ୍ଚାୟତରେ ଲୋକ ସଂଖ୍ୟା ୮ ହଜାର ଥିବାବେଳେ ଏଠାରେ ୧୨ ଶହ ପାଇଖାନା ବସାଇବା ପାଇଁ ଟାର୍ଗେଟ୍ ଦିଆଯାଇଛି। ଏଇ ୧୨ ଶହ ପାଇଖାନା ଟାର୍ଗେଟ୍ରୁ ଆଜିପର୍ଯ୍ୟନ୍ତ ମାତ୍ର ୩୩ଟି ପାଇଖାନା ନିର୍ମାଣ ହୋଇଛି। ପାଇଖାନା ଯୋଜନାରେ ସରକାରୀ ଭାବେ କରାଯାଇଥିବା କଟକଣା ଓ ସର୍ଭେ କରିବାକୁ ଯାଇଥିବା ଅଧିକାରୀଙ୍କର ମନମାନି ନେଇ ଏରେଇ ପଞ୍ଚାୟତରେ ଲୋକଙ୍କ ଘରେ ପାଇଖାନା ବସିପାରୁନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଅଶ୍ୱିନୀ କୁମାର ରଣା ଅଭିଯୋଗ ଉଠାଇଛନ୍ତି। ଏଇ ପଞ୍ଚାୟତରେ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ଲୋକ ବସବାସ କରି ରହୁଥିବାବେଳେ ସେମାନଙ୍କର ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନ ଆଖିବୁଜି ଦେଇଛି। ଅନେକ ଲୋକଙ୍କର ନାଁ ପାଇଖାନା ବସାଇବା ତାଲିକାରେ ନଥିବାରୁ ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରଙ୍କର ଯୋଜନା ଏହାକୁ କାର୍ଯ୍ୟକାରୀ କରିବାରେ ବିଭାଗୀୟ ଅଧିକାରୀ ଏଭଳି ପାତର ଅନ୍ତର କାହିଁକି କରୁଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଆଦିବାସୀ ଲୋକମାନେ ସରକାରୀ ଜମିରେ ଘର କରି ଦୀର୍ଘ ଦିନ ହେଲା ବସବାସ କରି ରହୁଛନ୍ତି। ଏଇ ଜମିରେ ସେମାନେ ପାଉତି କାଟୁଛନ୍ତି। ସରକାରଙ୍କୁ ଖଜଣା ଦେଉଛନ୍ତି। ଅଥଚ ଆଦିବାସୀ ଶ୍ରେଣୀର ଲୋକମାନଙ୍କୁ ପାଇଖାନା ଯୋଗାଣ କରାଯାଉନାହିଁ। ସରକାରଙ୍କର ଟଙ୍କା ଫେରିଯାଉଛି। କିଛି ଯୋଜନାର ସୁଫଳ ଲୋକଙ୍କୁ ମିଳୁପାରୁନାହିଁ ବୋଲି ଏରେଇ ଅଂଚଳର ଶତାଧିକ ଲୋକ ଅଭିଯୋଗ ଉଠାଇଛନ୍ତି। ହିତାଧିକାରୀଙ୍କ ଘରକୁ ପାଇଖାନା ଯୋଗାଣ କରିବାରେ ଅହେତୁକ ବିଳମ୍ବ କରାଯାଉଥିବାରୁ ଏହାର ପ୍ରତିବାଦରେ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ ବୋଲି ସରପଞ୍ଚ ଶ୍ରୀ ରଣା ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top