ଫେବୃୟାରୀ ୧୮ ରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋସôବ

ଭଦ୍ରକ, ୧୦ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋସôବ : ଫୁଲର ହସ ଆସନ୍ତା ଫେବୃୟାରୀ ୧୮ ରେ ଅନୁଷ୍ଠିତ ହେବ ବୋଲି ଫୁଲର ହସ ଶିଶୁ କିଶୋର ପତି୍ରକା ପରିବାର ତରଫରୁ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫୁଲର ହସର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ପୌରୋହିତ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମହୋସôବରେ ହଜାରରୁ ଉଦ୍ଧ୍ୱର୍ ଶିଶୁ କିଶୋର ପ୍ରତିଭା ଅଂଶଗ୍ରହଣ କରିବେ ବୋଲି ସଭାପତି ପ୍ରକାଶ କରିଥିଲେ । ଏହି ଉସôବରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ପୁଚି ଖେଳ, ଏକକ ଅଭିନୟ, ବକ୍ତୃତା, ନୃତ୍ୟ ଓ ଗୀତ ଭଳି ବହୁ ପ୍ରତିଯୋଗିତାରେ ଶିଶୁ ଓ କିଶୋରମାନେ ଅଂଶଗ୍ରହଣ କରୁଛନ୍ତି । ଏହି ମହୋସôବ ଅବସରରେ ଭଦ୍ରକର ଐତିହ୍ୟ ଓ ସଂସ୍କୃତିକୁ ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ପ୍ରସିଦ୍ଧ ଛଉନୃତ୍ୟ, ଜାତୀୟ ପୁରସ୍କୃତ ଶିଶୁ ନାଟକ “ବାଘନେଇଗଲା ଦୌଡି ଆସ” ଭଳି ଆକର୍ଷଣୀୟ ମନୋରଂଜନ କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇଛି । ଶିଶୁ ଓ କିଶୋର ମାନଙ୍କ ପାଇଁ ହେବାକୁ ଥିବା ବକ୍ତୃତା ପ୍ରତିଯୋଗିତାର ନାମ “ଦେଶ ଗଠନରେ ଛାତ୍ର ଭୂମିକା” ଓ ଚିତ୍ରାଙ୍କନ ପ୍ରତିଯୋଗିତା “ସ୍ୱଚ୍ଛ ଭାରତ ଅଭିଯାନ” ଶୀର୍ଷକରେ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାକୁ ଆଖି ଆଗରେ ରଖି ତିନିଦିନ ବ୍ୟାପୀ ହେବାକୁ ଥିବା ଏହି ଶିଶୁ ପ୍ରତିଭା ମହୋସôବକୁ ଏକଦିବସୀୟ ଉସôବରେ ପରିଣତ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନୀହାର ରଂଜନ କର, ଆବାହକ ରବିନାରାୟଣ ଖିଲାର, ଉପଦେଷ୍ଟା ଇଂ ଅଭୟ ସୂତାର, ଅଶୋକ ମହାନ୍ତି, ଉପସଭାପତି ବୃନ୍ଦାବନ ସାହୁ, ଯୁଗ୍ମ ସଂପାଦିକା ଗୀତାରାଣୀ ଆଇଚ, ସଂଗଠନ ସଂପାଦକ ଇଂ ସୁବୋଧ ବିଶ୍ୱାଳ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ସାଂସ୍କୃତିକ ସଂପାଦକ ନିର୍ମଳ ପ୍ରସାଦ ପରିଡା, ରଶ୍ମିତା ଦାଶ, ସତ୍ୟସୁନ୍ଦର ପରିଡାଙ୍କ ସମେତ ସନାତନ ସାହୁ, ରାମଚନ୍ଦ୍ର ସାହୁ, ଅମ୍ବିକା ଦାସ, ଅଭିମନୁ୍ୟ ବାରିକ, ଗୋବିନ୍ଦ ଚନ୍ଦ୍ର ସାହୁ, ରାମନାରାୟଣ ମହାନ୍ତି, ଲକ୍ଷ୍ମୀନାରାୟଣ ମିଶ୍ର, ମୁକ୍ତିକାନ୍ତ ମଲ୍ଲିକ, ପ୍ରମୋଦ ରାୟ, କରୁଣାକର ବେହୁରିଆ,  ବୈକୁଣ୍ଠ ବିଶ୍ୱାଳ, ଭିନିତ୍ ମଲ୍ଲିକ, ରମାକାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ ପ୍ରାରମ୍ଭରେ ବିଶିଷ୍ଟ ସାହିତି୍ୟକ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ଅମର ଆତ୍ମା ଉଦେ୍ଦଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।  ଶେଷରେ ଅନୁଷ୍ଠାନ ସଂପାଦକ ବିଭୂତି ଭୂଷଣ ସାହୁ ଧନ୍ୟବାଦ ଅର୍ପଣ ସହ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଗଣମାଧ୍ୟମକୁ ସୂଚାଇଥିଲେ ।

Leave a Reply

Your email address will not be published. Required fields are marked *