ad
ଓଡ଼ିଶା

ଫେବୃୟାରୀ ୧୨ ଓ ୧୩ରେ ଓପାଫ ତରଫରୁ ଜାତୀୟ ଶିକ୍ଷା ସମ୍ମିଳନୀ

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର, ତା ୧୦ା୨ (ଓଡ଼ିଆ ପୁଅ) : ସାମ୍ପ୍ରତିକ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ମନମାନିକୁ ନିୟନ୍ତ୍ରଣ କରିବା ନିମନ୍ତେ ‘ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟ ଆସୋସିଏସନସ୍ ଫୋରମ’ (ଓପାଫ) ତରଫରୁ ବିଭିନ୍ନ ରାଜ୍ୟର ଅଭିଭାବକ ସଂଘକୁ ନେଇ ଶିକ୍ଷା ଉପରେ ଆସନ୍ତା ଫେବୃୟାରୀ ୧୨ ଓ ୧୩ ତାରିଖରେ ସ୍ଥାନୀୟ ରେଡକ୍ରସ ଭବନଠାରେ ଦିବା ୧୦ ଘଟିକା ସମୟରେ ଜାତୀୟ ସମ୍ମିଳନୀ ଆୟୋଜିତ କରାଯାଉଅଛି। ଏହି ସମ୍ମିଳନୀରେ ଦେଶର ୨୨ଟି ରାଜ୍ୟର ବିଭିନ୍ନ ଅଭିଭାବକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କର ସୂଚିନ୍ତିତ ମତାମତ ପ୍ରଦାନ କରିବେ। ଏହି ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ବେସରକାରୀ ବିଦ୍ୟାଳୟଗୁଡ଼ିକୁ ନିୟନ୍ତ୍ରଣ କରି କିପରି ଆଇନ୍ ଅଣାଯାଇପାରିବ ଓ ତାହାର ଏକ ଖସଡ଼ା ପ୍ରସ୍ତୁତ କରାଯାଇ ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ନୀତିଗତ ନିଷ୍ପତ୍ତି ନିଆଯାଇପାରିବ ତାହାର ବିଶଦ ଆଲୋଚନା କରାଯିବ ବୋଲି ଓପାଫ ସଭାପତି ଡକ୍ଟର ଗଗନ ବିହାରୀ ରାଉତ ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ଓଡ଼ିଶାର ଶିକ୍ଷାମନ୍ତ୍ରୀ, ବିଶିଷ୍ଟ ଓ ବରିଷ୍ଠ ଶିକ୍ଷାବିତ୍, ରାଜନୀତି ସମୀକ୍ଷକ, ପୂର୍ବତନ ମନ୍ତ୍ରୀ, ଶିଶୁ ସୁରକ୍ଷା ଅଧିକାରୀ କମିଶନ, ବରିଷ୍ଠ ସାମ୍ବାଦିକ, ଏନ୍ସିଆରଟି ମେମ୍ବର, ବିଚାରପତି, ବରିଷ୍ଠ ଆଇନଜ୍ଞ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସେମାନଙ୍କର ମତାମତ ଓ ମାର୍ଗ ଦର୍ଶନ କରିବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top