ଫେବୃଆରି ୨୪ ରେ ବିଜେପୁର ବିଧାନସଭା ଉପନିର୍ବାଚନ: କଂଗ୍ରେସ ଓ ବିଜେପିର ପ୍ରାର୍ଥୀ କିଏ?

ଭୁବନେଶ୍ୱର ୨୩-୧ (ଓଡ଼ିଆ ପୁଅ) : ଫେବୃଆରି ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ମଣ୍ଡଳୀର ଉପନିର୍ବାଚନ ହେବ। ଫେବୃଆରୀ ୨୮ ତାରିଖରେ ମତ ଗଣନା କରାଯିବ ବୋଲି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଜାନୁଆରି ୩୦ ତାରିଖରେ ଏଥିପାଇଁ ଗେଜଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦିନଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଫେବୃଆରୀ ୬ ତାରିଖ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ। ଫେବୃଆରୀ ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଫେବୃଆରୀ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ।

ସୂଚନାଯୋଗ୍ୟଯେ, ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡ଼ିଥିଲା। ଏବେ ବିଜେପୁରକୁ କିଏ ଦଖଲ କରିବ ସେନେଇ ଲାଗି ରହିଛି ଚର୍ଚ୍ଚା। ବିଜେଡ଼ି ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ସେମିଫାଇନାଲ ହୋଇଥିବାରୁ ସୁବଳ ସାହୁଙ୍କ ପରିବାରକୁ ବିଜେଡ଼ିରେ ସାମିଲ କରି ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ବିଜେପୁର ଲାଗି ପ୍ରାର୍ଥୀ କରିଥିବା ବେଳେ ବିଜେପି, ଅସନ୍ତୁଷ୍ଟ ବିଜେଡ଼ି ନେତା ଅଶୋକ ପାଣିଗ୍ରାହୀଙ୍କୁ ବିଜେପିରେ ମିଶାଇବା ପରେ ବିଜେପିର ପ୍ରାର୍ଥୀ ଘୋଷଣା କରିବା ନେଇ ପ୍ରାୟତଃ ନିଶ୍ଟିତ ହେଲାପରି ଲାଗୁଛି। ଅନ୍ୟପଟେ କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ବିଜେପୁରକୁ ନେଇ କଂଗ୍ରେସର ଚିନ୍ତା ବଢିଯାଇଛି। ସୁବଳ ପରିବାର ବିଜେଡ଼ିରେ ସାମିଲ ହେବା ପରେ କଂଗ୍ରେସ ପ୍ରାର୍ଥୀ ଖୋଜୁଛି ତେବେ କଂଗ୍ରେସ ତରଫରୁ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରିପୁନାଥ ସେଠ ଏବଂ ପ୍ରଣୟ ସାହୁଙ୍କ ନାଁ ଆସୁଥିବା ବେଳେ ରିପୁନାଥ ସେଠଙ୍କ ପ୍ରାର୍ଥୀତ୍ୱକୁ ନେଇ ଆଶା ବଢ଼ିଯାଇଛି। ତେବେ ଦେଖିବାକୁ ବାକିଅଛି କଂଗ୍ରେସ ଏବଂ ବିଜେପି କାହାକୁ ପ୍ରାର୍ଥୀ କରୁଛନ୍ତି।

Leave a Reply

Your email address will not be published. Required fields are marked *