‘ଫୁଡ଼କୋର୍ଟ ବରୋଧରେ କୁଚକ୍ରାନ୍ତ କରାଯାଉଛି

ରାଉରକେଲା ୨୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସେକ୍ଟର-୧୯ ଠାରେ ଥିବା ଫୁଡକୋର୍ଟ ବିରୋଧରେ କିଛି ଲୋକ କୁଚ୍ରକାନ୍ତ କରି ସୋସିଆଲ ମିଡ଼ିଆରେ ଅପପ୍ରଚାର କରିଛନ୍ତି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ଶଙ୍କର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ଫୁଡ଼କୋର୍ଡରେ କେବେ ମଧ୍ୟ ଦୂଷିତ ପାଣି ବ୍ୟବହାର କରାଯାଏ ନାହିଁ। ଫୁଡକୋର୍ଟ ପରିଚାଳନା ପାଇଁ ଆରଏସପି ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ରହିଛି। ଏହା ଆରଏସପି ଗାଇଡ଼ ଲାଇନ ଅନୁସାରେ ପରିଚାଳନା କରାଯାଏ। ଆରଏସପି ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ଜଳରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକ ମାନଙ୍କୁ ଉନ୍ନତ ମାନର ଖାଦ୍ୟ ପରିବେଷଣ କରାଯାଏ। ସୋସିଆଲ ମିଡ଼ିଆରେ ଯେଉଁ ଯୁବକ ଜଣଙ୍କ ବାଲଟିରେ ପାଣି ନେଉଥିଲେ ତାହା ଘର କାନ୍ଥର ନିର୍ମାଣ ପାଇଁ ଉର୍ଦ୍ଧିଷ୍ଟ ଥିଲା ଓ ଉକ୍ତ ଦିନ ଫୁଡ଼କୋର୍ଟ ବନ୍ଦ ରହିଥିଲା ବୋଲି ସେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଫୁଡ଼କୋର୍ଟର ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *