ad
ଜିଲ୍ଲା ପରିକ୍ରମା

“ଫୁଲର ହସ” ର ବିଷୁବ ସଂଖ୍ୟା ଲୋକାର୍ପଣ ଓ ରାଜ୍ୟସ୍ତରୀୟ କୃତୀ ପ୍ରତିଭା ସମାରୋହ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଏଣୁ ପୁଅ ହେଉକି ଝିଅ ହେଉ, କୋମଳମତି ଶିଶୁଟିର ଅନ୍ତର୍ନିହିତ ଗୁଣର ବିକାଶ କ୍ଷେତ୍ରରେ କେବଳ ଅଭିଭାବକ ନୁହଁନ୍ତି, ଗୁରୁ ଓ ପ୍ରତ୍ୟେକ ବ୍ୟକ୍ତିର ଗୁରୁଦାୟିତ୍ୱ ରହିଛି ବୋଲି ଆମ ରାଜ୍ୟର ପ୍ରତିଷ୍ଠିତ ମାସିକ ଶିଶୁକିଶୋର ସାହିତ୍ୟ ପତ୍ରିକା “ଫୁଲର ହସ” ର ବିଷୁବ ସଂଖ୍ୟା ଲୋକାର୍ପଣ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ସହୀଦ ସ୍ମୃତି ଭବନରେ ଆୟୋଜିତ ସାନ୍ଧ୍ୟର ଏହି କାର୍ଯ୍ୟକ୍ରମରେ “ଫୁଲର ହସ” ର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ଏକ ସୁସ୍ଥ ଶିଶୁକିଶୋର ସାହିତ୍ୟ ପତ୍ରିକାର ଆବଶ୍ୟକତା ରହିଛି ବୋଲି ସୂଚାଇଥିଲେ। ଏବଂ ଏ ଦିଗରେ “ଫୁଲର ହସ” ର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ଧାମନଗରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଶିଷ୍ଟ ପ୍ରାବନ୍ଧିକ ଡ. ନରହରି ବେହେରା ଏହି ଉତ୍ସବରେ ମୁଖ୍ୟବକ୍ତା ଓ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ସମାଜସେବୀ ଡା. ପ୍ରଦୀପ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଇଂ ଅଭୟ ସୂତାର, ଭଦ୍ରକ ଫସଲ ସୁରକ୍ଷା ଅଧିକାରୀ ତଥା କୃଷି କବି ଇଂ ଅରୁଣ କୁମାର ପାତ୍ର, କବୟିତ୍ରୀ ତଥା ଶିକ୍ଷା ପ୍ରଚାରକ ଗୀତାରାଣୀ ଆଇଚ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜିର ଅବକ୍ଷୟମୁଖୀ ସମାଜରେ ଶିଶୁମାନଙ୍କ ସାମୁହିକ ବିକାଶରେ ଏଭଳି ଉତ୍ସବ ଆୟୋଜନ କରିବା ନିହାତି ଉଚିତ୍ ବୋଲି ଦର୍ଶାଇଥିଲେ। ଉତ୍ସବ ପ୍ରାରମ୍ଭରେ ଅଧ୍ୟାପକ ନିହାର ରଂଜନ କର ସ୍ୱାଗତ ଭାଷଣ, ନିର୍ମଳ ପ୍ରସାଦ ପରିଡା ଅତିଥି ପରିଚୟ ଓ ଓଡ଼ିଶା ରାଜ୍ୟ ଶିଶୁ ପ୍ରତିଭା ପରିଷଦର ସଂପାଦକ ବିଭୂତି ଭୂଷଣ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏଥିପୂର୍ବରୁ ଅପରାହ୍ନ ୪ଟାରେ ଶିକ୍ଷାବିତ୍ ସନାତନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶିଶୁକବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ସତ୍ୟସୁନ୍ଦର ପରିଡା, ରମାକାନ୍ତ ଜେନା, ଜୟନ୍ତି କରଶର୍ମା, ବ୍ୟଙ୍ଗକବି ରସରସିଆ ଭାଇ ଓ ରବିନାରାୟଣ ପଣ୍ଡା ପ୍ରମୁଖ ସଂଯୋଜନା କରିଥିଲେ। ଏହି ଅବସରରେ ବକ୍ତୃତା, ନୃତ୍ୟ ଓ ସଂଗୀତ କ୍ଷେତ୍ରରେ ୫୧ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ରାଜ୍ୟର ୧୮ ଜଣ କବିଙ୍କୁ କବି ଗୌରବ ଓ ୪ ଜଣ ପ୍ରତିଭାଧରଙ୍କୁ ଶିକ୍ଷା ଭାରତୀ ଓ କଳାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ସୁଶ୍ରୀ ସୋହାନା କର, ପ୍ରତୀକ ରାୟ ଓ ଜୟଶ୍ରୀ ମହାନ୍ତିଙ୍କ ଭଳି ଶିଶୁଙ୍କର ନୃତ୍ୟ ଓ ଏକକ ଅଭିନୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଉପସଭାପତି ପ୍ରମୋଦ ରାୟ, ବୃନ୍ଦାବନ ସାହୁ, ପ୍ରଶାନ୍ତ ବେହେରା, ଅଭିମନ୍ୟୁ ବାରିକ, ଭାସ୍କର ଚନ୍ଦ୍ର ପାଢୀ, ଶରତ ଚନ୍ଦ୍ର ଜେନା, ଝୁରନବାଳା ଖୁଣ୍ଟିଆ, କାଦମ୍ବରୀ କରଶର୍ମା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସିଆରସିସି ରଶ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top