ଫୁଲତୋଳୁଥିବା ବେଳେ ବିଦ୍ୟୁତ ତାର ଲାଗି ଜଗନ୍ନାଥ ମନ୍ଦିର ପୁଜାରୀ ଙ୍କ ମୃତ୍ୟୁ

ମାଲକାନଗିରି,୮ା୪(ଓଡିଆ ପୁଅ )ମନ୍ଦିର ଛାତଉପରେ ଠିଆ ହୋଇ ଫୁଲତୋଳୁଥିବା ସମୟରେ ବିଦ୍ୟୁତ ତାରସଂସ୍ପର୍ଷରେ ଆସି ମନ୍ଦିର ପୁଜକଙ୍କ ଜୀବନ ଚାଲିଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ପୁଜକ ସନ୍ତୋଷ କୁମାର ମିଶ୍ର(ପିଟୁଂ)(୨୫ବର୍ଷ) ମନ୍ଦିର ଛାତଉପରେ ଠିଆ ହୋଇ ନିକଟରେ ଥିବା ଏକ ଚମ୍ପାଗଛରୁ ଫୁଲତୋଳୁଥିବା ସମୟରେ ସେହି ଗଛରେ ଆଗରୁ ଲାଗିଥିବା ବିଦ୍ୟୁତତାର ସଂସ୍ପର୍ଷରେ ଆସି ଆଘାତପାଇ  ଛିଟିକିପଡିଥିଲେ , ଛାତଉପର ଦେଇ ୧୧କେଭି ବିଦ୍ୟୁତ ଲାଇନ ଉପରେ ସେ ପଡିଯାଇ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।ନିକଟରେ ଥିବା ଲୋକମାନେ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗକୁ ଡାକି ବିଦ୍ୟୁତ ଲାଇନକାଟି ପୁଜକଙ୍କୁ ମାଲକାନଗିରି ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ହସପିଟାଲରେ ଶ୍ରୀମିଶ୍ରଙ୍କୁ ଡାକ୍ତର ମାନେ ଦେଖି ମୃତବୋଲି ଘୋଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହିଁଚି ଶବ ବ୍ୟବଛେଦପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି । ଜଗନ୍ନାଥମନ୍ଦିରର ଯୁବପୁଜାରୀ ପିଟୁଂ ଜଣେ ଧାର୍ମିକ,ସଚ୍ଚୋଟ,ଭକ୍ତବତ୍ସଳ,ପରଉପକାରି ଯୁବକ ହୋଇଥିବାରୁ ତାଙ୍କ ଅକାଳ ବିୟୋଗରେ ସମଗ୍ର ମାଲକାନଗିରି ସହରବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ପୁଜାରୀଙ୍କ ଶେଷଦର୍ଶନ କରିବାପାଇଁ ଲୋକମାନଙ୍କର ତାଙ୍କଘର ନିକଟରେ  ଭିଡ ଲାଗିଥିଲା । ଶ୍ରୀଜଗନ୍ନାଥମନ୍ଦିରର ମୁଖ୍ୟପୁଜାରୀ କୁଷ୍ଣଚନ୍ଦ୍ରନନ୍ଦ ବୃଦ୍ଧ ହୋଇ ଯିବାପରେ ମନ୍ଦିରପୁଜାରେ ସହାଯ୍ୟକରିବାପାଇଁ ତାଙ୍କର ନାତି ସୁଜିତ ମିଶ୍ରଙ୍କୁ ତାଙ୍କ ନିକଟରେ ଗତ 12ବର୍ଷହେଲା ରଖିଥିଲେ । ସୁଜିତ ଜଣେ ନିଷ୍ଟାପର ଧାର୍ମିକ ଯୁବକ ହୋଇଥିବାରୁ  ଶ୍ରୀଜଗନ୍ନାଥମନ୍ଦିର ସହିତ ମନ୍ଦିର ବେଢାରେ ଥିବା ଲକ୍ଷ୍ମିଠାକୁରାଣୀ ଓ ଶିବମନ୍ଦିର ପୁଜା ଦାଇତ୍ୱ ସୁଚାରୁଭାବେ  ତୁଲାଉଥିଲେ । ଆଜି ତାଙ୍କର ବଡ ଭାଇଙ୍କ ବିବାହପ୍ରସ୍ତାବ ପଡିଥିବା ଝିଅକୁ ଦେଖିବା ପାଇଁ ତାଙ୍କଘରକୁ ଶ୍ରୀମିଶ୍ର ଓ ପରିବାର ଲୋକେ ଯିବାର ଥିଲା । ଭାବି ଭାଉଜକୁ ଦେଖିବା ଆଗରୁ ଦିଅର ପିଟୁଂ ମଶାଣିକୁ ଚାଲିଗଲେ ,ଏହି ଦୁଖରେ ତାଙ୍କପରିବାର ଓ ଅଜା ଶ୍ରୀ ନନ୍ଦ ଙ୍କ ଆଖିରୁ ଲୁହ ଶୁଖୁନାହିଁ । ମନ୍ଦିରପୁଜକ ଙ୍କ ମୃତ୍ୟୁପାଇଁ ବିଦ୍ୟୁତବିଭାଗ ହିଁ ଦାୟୀ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।ମନ୍ଦିର ଛାତଉପରଦେଇ ୧୧କେଭି ବିଦ୍ୟୁତ ତାର ଓହଳି ପଡିଥିବାରୁ ଏହାକୁ ସ୍ଥାନାନ୍ତକରିବା ପାଇଁ ମନ୍ଦିର ସାହିବାସୀ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇ ଆସୁଥିଲେବି କିଛି ବ୍ୟବସ୍ଥା କରାଯାଇନଥିବାରୁ ଅକାଳରେ ମନ୍ଦିର ପୁଜକଙ୍କ ପ୍ରାଣ ଗଲା ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

 

Leave a Reply

Your email address will not be published. Required fields are marked *