ଓଡ଼ିଶା

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖଇରା, ୫/୧୧/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲାଖଇରା ବ୍ଲକ ଚାନ୍ଦଗୋଛି ପଡିଆରେ ୩ଦିନ ଧରି ଅନୁଷ୍ଠିତ ନେତାଜୀ ଫୁଟବଲ କ୍ଲବ ତରଫରୁ ଚାଲିଥିବା ଟିର୍ଣ୍ଣାମେଣ୍ଟର ଆଜିଥିଲା ଉଦଯାପନି। ଏଥିରେ ବାଲେଶ୍ୱର ଓ ବାରିପଦା ମଧ୍ୟରେ କଡା ଟକ୍କର ହୋଇଥିଲା। ଖେଳ ସମୟ ଭିତରେ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଶେଷରେ ପେନାଲଟି ଖେଳରେ ବାରିପଦାକୁ ୭-୬ଗୋଲରେ ଜିଥିବାକୁ ପଡିଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ଅରୁଣ କୁମାର ପାଢୀ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ସ୍ଥାନିୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟବକ୍ତାଭାବେ ଚାନ୍ଦଗୋଛି ମଠାଧିଶ ବିଶ୍ୱରୂପା ପରମହଂସ ଅଗଣୀ ବାବା, ସମ୍ମାନିତ ଅତିଥିଭାବେ ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ବ୍ଲକ ଉପାଧ୍ୟକ୍ଷା ଅଭିଲିପ୍ସା ସାହୁ, ଶାମସନ୍ଦରପୁର ପଞ୍ଚାୟତ ସରପଞ୍ଚ ସୁଶାନ୍ତ ମହାକୁଡ ଓ ବାଲେଶ୍ୱର ଇମାମି ପେପର ମିଲର ସିନିଅର ମେନେଜର ମନୋଜ କୁମାର ପାଢୀ ଯୋଗଦେଇ ଦୀର୍ଘ ୯ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ନେତାଜୀ ଫୁଟବଲ କ୍ଲବ ତରଫରୁ ଟୁର୍ଣ୍ଣାମେଣ୍ଟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂପାଦକୀୟ ବିବରଣୀ ପାଠକରିଥିଲେ କ୍ଲବର ସଂପାଦକ ଦାମୋଦର ବେହେରା। ଏଥିରେ ବିଜେତା ବାରିପଦା ଦଳକୁ ନଗଦ ଅର୍ଥ ୫ ହଜାର ଓ କପ ଏବଂ ବାଲେଶ୍ୱର ଦଳକୁ ୩ ହଜାର ଓ କପ କ୍ଲବ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଆଜିର ଏହି ଖେଳ ଦେଖିବାକୁ ପଡିଆରେ ଶହଶହ ଦେଖଣାହାରୀଙ୍କ ଭିଡହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top