ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଜିଲ୍ଲା କ୍ରୀଡାସଂସଦ ଓ ଜଙ୍ଗଲି ମିଳିତ ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚର କେନ୍ଦ୍ରୀୟ ବିଦ୍ୟାଳୟ ଓ ବିଶ୍ୱମ୍ବର ବିଦ୍ୟାପୀଠ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ବିଶ୍ୱମ୍ବର ବିଦ୍ୟାପୀଠ ବିଜୟ ଲାଭ କରିଥିଲା। ଚିତ୍ରଙ୍ଗଦା ପାତ୍ର, ଶରତ ମହାନ୍ତି, ମକ୍ରା ମାଝି, ରାମ ନାଏକ, ପ୍ରକାଶ ବେହୋରା, ପ୍ରମୁଖ ପ୍ରତିଯୋଗିତାକୁ ପରିଚଳାନା କରିଥିଲେ। ପୁରସ୍କାର ବିବତଣ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ସହ ୫ ହଜାର ଏବଂ ରନର୍ସ ଅପ ଦଳକୁ ଟ୍ରଫି ସହ ୩ ହଜାରଟଙ୍କା ଆର୍ଥିକପୁରସ୍କାର ପ୍ରଦାନ କରିଥଲେ। ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, କ୍ରୀଡା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ, ବିଜେଡି ନେତା, କେ ପ୍ରସାଦ ରାଓ, ପୌର ସଦସ୍ୟ ବଳରୋମ ରେଡୀ ପଅମୁଖ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ। ବିଜୟୀ ଦଳ ସହ ଶ୍ରେଷ୍ଠ ଖେଳାଳୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *